ଦିଗପହଣ୍ଡି ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ମରେଇବାଡ଼ି ଗ୍ରାମ ସ୍ଥିତ ମା ଖେମୁଣ୍ଡି କାଳୁଆ ମନ୍ଦିର ପରିସର ରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ବିଜେପି ର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। କର୍ମୀ ମାନେ ହାତରେ ଅମୃତ କଳସ ଧରି ଅମୃତ ବାଟିକା ନିର୍ମାଣ ନିମନ୍ତେ ଘରକୁ ଘର ବୁଲି ମାଟି ସଂଗ୍ରହ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମାର୍ଗଦର୍ଶନରେ ଭାରତ ବର୍ଷର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ସ୍ୱଚ୍ଛଭାରତ ଅଭିଯାନ, ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ନେଇ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା। ଦିଲ୍ଲୀ ଠାରେ ଅମୃତ ବାଟିକା ନିର୍ମାଣ ପାଇଁ ସମଗ୍ର ଦେଶରୁ ସଂଗୃହିତ ମାଟି ବ୍ୟବହୃତ କରାଯିବ ବୋଲି ପଥପ୍ରାନ୍ତ ସଭାରେ ଅତିଥି ତାଙ୍କ ଉଦବୋଧନ ରେ କହିଥିଲେ। ସିମାଞ୍ଚଳ ସାସମଲ, ବିକାଶ ରେଡ୍ଡୀ, ବେଣୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


