ଦିନକ ପରେ ଆରମ୍ଭ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ୧୦ କେନ୍ଦ୍ରରେ ପରୀକ୍ଷା ଦେବେ ୨୦୧୫ ପରୀକ୍ଷାର୍ଥୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ବାରା ପରିଚାଳିତ ଚଳିତ ବର୍ଷ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହେବ । ଏଥି ସକାଶେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ବ୍ଳକର ୧୦ଟି ପରୀକ୍ଷା କେନ୍ଦ୍ରରେ ୨୦୧୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ୨୦୧୨ ରେଗୁଲାର ପରୀକ୍ଷାର୍ଥୀ ଏବଂ ୩ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବୋଲି ହିଞ୍ଜିଳିକାଟୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶିଲ କୁମାର ପାତ୍ରଙ୍କ ସୁତ୍ରରୁ ପ୍ରକାଶ। ହିଞ୍ଜିଳିକାଟୁ ବ୍ଳକ ସାହାପୁର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୪୯, ଗଣ୍ଡଳା ଗଣେଶ ବିଦ୍ୟାପୀଠରେ ୧୭୯, କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରେ ୧୮୩, ସାରୁ ଉଚ୍ଚ ବିଦ୍ୟାଳୟରେ ୧୧୭, ମକରଝୋଳ ଉଚ୍ଚ ବିଦ୍ୟାଳୟରେ ୧୪୫, ବୁରୁପୋଡା ଭଗବତୀ ବିଦ୍ୟାପୀଠରେ ୨୦୮, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟରେ ୨୧୩, ହିଞ୍ଜିଳିକାଟୁ ପୌରାଞ୍ଚଳ ସରକାରୀ ଏନଏଏସି ଉଚ୍ଚ ବିଦ୍ୟାଳୟରେ ୧୮୩, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ୩୧୫ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ୩୨୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। କଡା ସୁରକ୍ଷା ବଳ ମଧ୍ୟରେ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ମହଜୁଦ ରହିଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି । ସମସ୍ତ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସମାପନ ପାଇଁ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ