ଦିନମଜୁରିଆ ଓ ରାଜ୍ୟବାହାର ଲୋକଙ୍କୁ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାରା ଜିଲ୍ଲାରେ ଲକଡାଉନ ଘୋଷଣା ହେବାର ୧୧ଦିନ ପରେବି ଦିନମଜୁରିଆ ଓ ଜିଲ୍ଲାରେ ଥିବା ରାଜ୍ୟବାହାର ଦିନମଜୁରିଆଙ୍କୁ ଖାଦ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ମୁସଲିମ ବସ୍ତିରେ ଭଡାନେଇ ରହୁଥିବା ବାହାର ରାଜ୍ୟର ପ୍ରାୟ ୩୬ଜଣ ଫେରିବାଲା ଖାଦ୍ୟ ନପାଇ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ନିର୍ବାହ କରୁଥିବା ବସ୍ତିର ସର୍ଦ୍ଦାର ମୀର ସଫିକ ଅଭିଯୋଗ କରିଛନ୍ତି । ସେହିଭଳି ଶ୍ୟାମସୁନ୍ଦରପୁର ପଂଚାୟତର ମଡରପୁରଗ୍ରାମ ସନ୍ନିକଟ ଏକ ସରକାରୀ ଜମିରେ ରହୁଥିବା ଅନୁସୂଚିତ ଜନଜାତିର ୧୬ଟି ପରିବାରର ଏକଶହରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ମୁଣ୍ଡାବସ୍ତିରେ ଆଜି ସୁଦ୍ଧା ମାତ୍ର ୨ଦିନ ୫ଟି କରି ମିଲ ପ୍ରଦାନ କରାଯାଇଥିବା ସେହିବସ୍ତିର ବାସୀନ୍ଦା ଜୀତୁ ସିଂ ଅଭିଯୋଗ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଏ ସମ୍ପର୍କରେ ଖବରପାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଡିଓ ସୁଧିର କୁମାର ସିଂଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଗରାପୁର ମୁସଲିମବସ୍ତି ଓ ପ୍ରାୟ ୩କିଲୋମିଟର ଦୂରରେ ଥିବା ମଡରପୁର ମୁଣ୍ଡାବସ୍ତିର ଅବସ୍ଥା ଯଦି ଏଭଳି ତେବେ ଏଠାରୁ ବହୁ ଦୂରରେ ଥିବା ଅଚଂଳର ଦିନମଜୁରିଆ ଓ ଗରୀବ ଲୋକମାନଙ୍କ ଅବସ୍ଥା ଯେ କଣ ହୋଇଥିବ ତାହା ଏଥିରୁ ଜଣାପଡୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ