ଦିନର ଦାବି ପୂରଣ ହୋଇଥିବାରୁ, ମିଷ୍ଠାନ ବାଣ୍ଟି,ମୁଖ୍ୟମନ୍ତ୍ରୀ, ୫ ଟି -ଅଧ୍ୟକ୍ଷ ଓ ଯାଜପୁର ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ଅମଲା ସଂଘ
ଛତ୍ରପୁର,(ଓ୍ବାଇଏନ୍ଏସ୍) :ଅମଲା ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସୋମବାର ଛତ୍ରପୁର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ରାଜସ୍ୱ ଅମଲା ସଂଘ ଗଞ୍ଜାମ ଜିଲ୍ଲା ଶାଖାର କାର୍ଯ୍ୟରତ ଅମଲା ମାନେ । ରାଜ୍ୟରେ କାର୍ଯ୍ୟରତ ଅମଲା ମାନେ ସେମାନଙ୍କ ବିଭୀନ୍ନ ଦାବି ନେଇ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ଏବେ ସରକାର ସେମାନଙ୍କ ଦାବି ଶୁଣିଥିବାରୁ ଗଞ୍ଜାମ ଜିଲ୍ଲା ଅମଲା ସଂଘର ବହୁ ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଷ୍ଠାନ୍ନ ବାଣ୍ଟି ଖୁସି ଜାହିର କରିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡିଶା ନବୀନ ଓଡିଶା ଓ ୫ ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଓ ଅମଲା ସଂଘର ମାର୍ଗଦର୍ଶକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ(ବବି )ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅମଲା ସଂଘର ଚେୟାରମ୍ୟାନ ଉଦୟ କୁମାର ଦାଶ, ସଭାପତି ପି. ଏସ୍. ରଜନୀକାନ୍ତ, ସମ୍ପାଦକ କୃପାସିନ୍ଧୁ ସ୍ୱାଇଁ, ସଂଗଠନ ସମ୍ପାଦକ ସୁରେଶ କୁମାର ରେଡ୍ଡୀ, ଦିଲେଶ୍ୱର ରେଡ୍ଡୀ, ଗିରିଜା ମିଶ୍ର ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।