ଦିନ ଦ୍ୱିପହରରେ ବନ୍ଦ ରହୁଛି ସ୍କୁଲ୍

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌) ପ୍ରତିବର୍ଷ ସ୍କୁଲ ନିର୍ମାଣ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ମାନଙ୍କୁ ଉନ୍ନତି ମାନର ଶିକ୍ଷା ଦେବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିକ୍ଷକଙ୍କ ଖାମଖିଆଲ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବର୍ବାଦ ହେବା ସହ ବିଦ୍ୟାର୍ଥୀ ମାନଙ୍କ କେରିୟର ଅନ୍ଧାର ଭିତରକୁ ଚାଲିଯିବାର ସମ୍ବାବନା ରହିଛି । ଏଭଳି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଭାବକ ମାନେ ନିଜ ପୁଅ ଓ ଝିଅ ମାନଙ୍କର ଶିକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତିତ ରହିଛନ୍ତି । ଏଭଳି ଏକ ନିଚ୍ଛକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଫୁଣି ପ୍ରାଥମିକ ବିଦ୍ୟାଳୟରେ । ପ୍ରଥମ ଶ୍ରେଣୀ ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ବିଦ୍ୟାର୍ଥୀ ୩୦ ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି । ଜଣେ ଶିକ୍ଷକ ଛୁଟିରେ ରହିଲେ ଜଣେ ଶିକ୍ଷକ ୩୦ ବିଦ୍ୟାର୍ଥୀଙ୍କୁ ପାଠପଢାଇବା ସମ୍ବବ ହେଉନାହିଁ । ଅନ୍ୟ ପଟେ ଜଣେ ଶିକ୍ଷକ ଶୁକ୍ରବାର ଛୁଟିରେ ରହିଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ସ୍କୁଲରେ ତାଲା ପକାଇ ବାହାରକୁ ଚାଲିଯାଇଥିଲେ । ଠିକ୍ ଏହି ସମୟରେ ଜଣେ ସାମ୍ବାଦିକ କାହିଁକି ସ୍କୁଲ ବନ୍ଧ ଅଛି ବୋଲି ତାହାର କାରଣ ଜାଣିବାକୁ ଶିକ୍ଷକଙ୍କୁ ପଚାରିଥିଲେ । ଏହାର ଉତ୍ତର ରେ ଶିକ୍ଷକ ଗୋଷ୍ଠି ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଡାକରା ଆସିଥିଲା ବୋଲି କହି କଥାକୁ ଏଡାଇ ଯାଇଥିଲେ । ଏହା ପରେ ଶିକ୍ଷାବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କାହାକୁ କିଛି ଡାକିନଥିବା ଉଲ୍ଲେଖ କରିଛନ୍ତି ।ଏଥିସହ ସ୍କୁଲରେ ୨ ଜଣ ଶିକ୍ଷକ ରହିଥିଲେ ଉପଯୁକ୍ତ ଶିକ୍ଷକ ସରକାରୀ ତରଫରୁ ନିଯୁକ୍ତ କରାଯାଇ ପିଲା ମାନଙ୍କ ଭବିଷ୍ୟତ ଉପରେ ଗୁୁରୁତ୍ୱଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ