ଦିନ ଦ୍ୱିପହରେ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁରରେ ପୁଣି ଧିରେ ଧିରେ ଲୁଟେରା ମାନେ ସକ୍ରିୟ ହେବାରେ ଲାଗିଛନ୍ତି । ଗତ ଦୁଇ ଦିନ ତଳେ ଛତ୍ରପୁର ମେଇନ ରୋଡ୍ ରେ ଥିବା ଶ୍ରୀ କ୍ରିଷ୍ଣା ମହଲରେ ଡକାୟତି ମାନେ ଡକାୟତି ଉଦ୍ୟମ କରିବା ପଣ୍ଡ ହୋଇଥିବା ବେଳେ ଶୁକ୍ରୁବାର ଜେଲ ରୋଡ ଠାରେ ଏକ ମହିଳାଙ୍କ ଠାରୁ କିଛି ଦୁର୍ବୁତ୍ତ ମାନେ ସୁନା ଚେନ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ ମହିଳା ଜଣକ ମୌଖୀକ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଖବର ଲେଖାହେଲା ପର୍ଯ୍ୟନ୍ତ ଏତାଲା ଦାୟାର ହୋଇନଥିବା ସବ ଇନିସପେକ୍ଟର ସିଲୁ ଧଳ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଦିନ ଦ୍ୱିପହରରେ ବଜରଙ୍ଗୀ ନଗର ତୃତୀୟ ଗଳିର ଟୁନି ନାୟକ ଓ ତାଙ୍କ ଝିଅ ଜେଲ ରୋଡ ଅତିକ୍ରମ କରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ସୁନା ଚେନ ଝାମ୍ପି ଚମ୍ପଟ ମାରିଥିଲେ । ପରେ ମହିଳା ଜଣକ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ୍ ପକ୍ଷରୁ ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ