ଦିନ ରେ ନାଲି କଲୀ ଓ ରାତି ରେ କଳା କଲୀ ବେଶ ରେ ଦର୍ଶନ ଦେଲେ ମା ମଙ୍ଗଳା
ନିମାପଡା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳପୂଜା । ରବିବାର ରାତିରେ ମା ଙ୍କ ନାଲି କଲି ବେଶ ଓ ସୋମବାର ରାତିରେ କଳାକଲି ବେଶ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ମା ଙ୍କୁ ପାଦପଦ୍ମ ଓ ଭୁଜ ଲାଗି କରାଯାଇଥିଲା ।ଆଜି ପୀଠେ ଚତୁର୍ଥୀ ଅବସର ରେ ଦିନ ବେଳା ମା ଙ୍କୁ ନାଲି କଲୀ ବେଶ ରେ ସଜ୍ଜିତ କରାଯାଇଥିଲା। ରାତିରେ ସ୍ନାନ ପରେ ମା ଙ୍କ କଳା କଲୀ ବେଶ ଅନୁଷ୍ଠିତ ହୋଇଥିଲା।ମାତୃଭକ୍ତ ମାନେ ମାଙ୍କୁ ଆଜି ଦୁଇଟି ବେଶ ରେ ଦର୍ଶନ କରିଥିଲେ । ବୁଧବାର ସଂଧ୍ୟା ରେ ମା ଙ୍କ ତୀର କମାଣ ବା ରଘୁନାଥ ବେଶ, ଗୁରୁବାର ସଂଧ୍ୟା ରେ ମା ଙ୍କ କାତିଖର୍ପର ବା କାତାୟନୀ ବେଶ, ଶୁକ୍ରବାର ରାତିରେ ପ୍ରସିଦ୍ଧ ସିଂହ ବାହିନୀ ଵେଶ, ଶନିବାର ମହାଷ୍ଟମୀ ରାତିରେ ମା ଙ୍କ ମହିଷାମଦ୍ଧିନୀ ବେଶ, କୁଷ୍ମାଣ୍ଡ ବଳି , ରବିବାର ଦିନ ମା ଙ୍କ ମହାସ୍ନାନ, ଶାନ୍ତିହୋମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମା ଙ୍କ ସେବକ କମଳ ଲୋଚନ ଦୀକ୍ଷିତ ପ୍ରକାଶ କରିଛନ୍ତି । ଅକ୍ଟୋବର୨୪ ତାରିଖ ରେ ବିଜୟା ଦଶମୀ ଅବସର ରେ ଦଶହରା ଉତ୍ସବ ସହିତ ହରଦୂର୍ଗା ଭେଟ ଅନୁଷ୍ଠିତ ହୋଇ ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଙ୍କ ତତ୍ବାବଧାନରେ ମା ଙ୍କ ଶାରଦୀୟ ପାର୍ବଣ ପୂଜା ଶାନ୍ତି ଶୃଙ୍ଖଳା ର ସହିତ ଚାଲୁଥିବାବେଳେ ଆଜି ପାଳିଆ ପୂଜା ପଣ୍ଡା ଭାବେ ମାନସ କୁମାର ଦିକ୍ଷୀତ , ପୂଜା ପଣ୍ଡା ଭାବେ ଶରତ କୁମାର ଦିକ୍ଷୀତ ଓ ଷୋଡଶ ଉପଚାର ପୂଜା ପଣ୍ଡା ଭାବେ ସଞ୍ଜୟ କୁମାର ଦିକ୍ଷୀତ ମା ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିଲେ।