ଦିବଂଗତ ଅଭିନେତା କମଳଲୋଚନ ଦାଶଙ୍କ ଉଦ୍ଦେଶ୍ୟରେ ଶୋକାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ଜଣକ ପରେ ଜଣେ କଳା-ସାହିତ୍ୟ-ସଂସ୍କୃତିର ସ୍ମରଣୀୟ ସ୍ରଷ୍ଟାଙ୍କ ବିୟୋଗ ସମଗ୍ର ଦେଶ, ଓଡ଼ିଶା ରାଜ୍ୟ, ସର୍ବୋପରି ଆମ ବାଲେଶ୍ୱର ଜିଲ୍ଲାରେ ନିରବଚ୍ଛିନ୍ନ ଆଘାତ ଦେଇଚାଲିଛି । ଏମିତିକି ସାମ୍ପ୍ରତିକ ସମାଜରେ ଗୋଟିଏ ବିରାଟ ଶୂନ୍ୟତା ସୃଷ୍ଟି ଏଇ ସମାଜରେ ହୋଇ ଚାଲିଛି ବୋଲି ଅନ୍ନପୂର୍ଣ୍ଣା ଥିଏଟରର ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ କମଳଲୋଚନ ଦାଶଙ୍କ ଦୁଃଖଦ ପ୍ରସ୍ଥାନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ ଅବସରରେ ମତ ଦେଇଥିଲେ । ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିର ଓ ବାଲେଶ୍ୱର ଷ୍ଟେସନ୍ କ୍ଳବ୍ ପରିସରରେ ଅନୁଷ୍ଠିତ‘କମଳଲୋଚନ ଶୋକାଞ୍ଜଳି’ ସଭାରେ ଚନ୍ଦ୍ରଭାଗାର ନିର୍ଦ୍ଦେଶକ କବି ଶ୍ରୀଦେବ ପୌରୋହିତ୍ୟ କରିଥିଲେ । ନାଟ୍ୟକାର ନିର୍ଦ୍ଦେଶକ ଡ. ପ୍ରଦୀପ ଭୌମିକ, ରାଜ୍ୟ ସଂଗୀତ ନାଟକ ଏକାଡେମୀର ସଦସ୍ୟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ଧୀରେନ୍ଦ୍ର ନାରାୟଣ ଦାସ, ଡ. ଭାଗବତ ପାଣିଗ୍ରାହୀ, ଅଭିନେତା-ନିର୍ଦ୍ଦେଶକ ଚନ୍ଦ୍ରଶେଖର ଖିଲାର୍‌, ନିରଞ୍ଜନ ଖୁଣ୍ଟିଆ, କୈଳାସ ଦାସ, ବ୍ୟଙ୍ଗସ୍ରଷ୍ଟା ଗାଳ୍ପିକ ଅଞ୍ଜନ ଚାନ୍ଦ, ଗଂଗାଧର ବିଶ୍ୱାଳ, ଆଡ଼୍‌. ଅଶୋକ ସେନାପତି, ଅଭିନେତା ବିଶ୍ୱଜିତ୍ ମହାପାତ୍ର, ଲକ୍ଷ୍ମୀ ଘୋଷ, ଆଶୀଷ ବର୍ଦ୍ଧନ, ଅର୍ଣ୍ଣବ କର, ରାମଚନ୍ଦ୍ର ମହାପାତ୍ର, ଅଜୟ ଆଚାର୍ଯ୍ୟ, ରାଜେନ୍ଦ୍ର ରାଉତ, ଅରୁଣାଂଶୁ ପାଣିଗ୍ରାହୀ, ଡ. ଶଶିକାନ୍ତ ମହାନ୍ତି, ସୁନୀଲ୍ ପଣ୍ଡା, କିଶୋର ପତି, ରୀନା ପାତ୍ର, ରୋ. ସୁକୁମାର ରଣା, ରାଜେନ୍ଦ୍ର ଗିରି, ଜଗବନ୍ଧୁ ପୃଷ୍ଟି, ସନ୍ତୋଷ ପଣ୍ଡା, ସତ୍ୟ ସାହୁ, ଅବନୀ ରାଉତ, ରଜନୀକାନ୍ତ ଶତପଥୀ, ସଞ୍ଜୟ ମହାପାତ୍ର, ରଣଜିତ୍ ପୃଷ୍ଟି ଏବଂ ଜ୍ୟୋତିମୟୀ ଶତପଥୀ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ ସହ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅବନୀ ଜେନା ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ