ଦିବଂଗତ ପଦ୍ମଶ୍ରୀ ଶାନ୍ତି ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା) :ଫକୀର ମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂସଦ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସଭାପତି ଡା. ପ୍ରଭାତ ଚୌଧ୍ରରୀ ଅଧ୍ୟକ୍ଷତା କରିଥିଲେ । ବୈଠକ ପ୍ରାରମ୍ଭରେ ଛାତ୍ରୀ ଗୌରବ ଏବଂ ଜମାନୁଲ ବଜାଜ ସମ୍ମାନିତ ସଂସଦର ଆଜୀବନ ସଦସ୍ୟ ପଦ୍ମଶ୍ରୀ ଶାନ୍ତି ଦାସଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ତାଙ୍କର ଅମର ଆତ୍ମର ସଦଗତି ପାଇଁ ସମସ୍ତେ ନିରବ ପ୍ରାଥନା କରିଥିଲେ । ସଂସଦର ସାଧାରଣ ସମ୍ପାଦକ ବିଷ୍ଣୁପ୍ରାସାଦ ମହାନ୍ତି, ଉପ-ସଭାପତି ଅନସୂୟା ନାୟକ, ସଂଗଠନ ସମ୍ପାଦକ ଗୋପାଳ ଜେନା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ଏହି ବୈଠକରେ ସ୍ୱର୍ଗତଶାନ୍ତି ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବାଲେଶ୍ୱର ଝିଅ ଭବେ ଭୂଦାନ ଆନ୍ଦୋଳନରେ ସାମିଲ ହେଇ ଉପାନ୍ତ ଅଞ୍ଚଳରେ ଭୂମିହୀନ ପରିବାର ପାଇଁ କାର୍ଯ୍ୟ କରିଥିଲେ ସେ । ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟଧାରା ଓ ସାଧାରଣ ଜୀବନଶୈଳୀ ପାଇଁ ସେ ପଦ୍ମାଶ୍ରୀ ସନମାନରେ ଭୁଷିତ ହେଇଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମପ୍ରାସଦ ପ୍ରଧାନ, ରମାକାନ୍ତ ମହାନ୍ତି, ରାମଚନ୍ଦ୍ର ସେଠୀ, ବିଶ୍ୱ ନାଥ ସାହ. ଦୀପକ ଦାସ, ସତ୍ୟ ବାରିକ, ପାର୍ଥ ଆ, ନିଖିଲ ଆଶ, ଅନୀଲ ପଟନାୟକ, ଶୋଭକାର ସାହୁ ପ୍ରମୁଖ ଏହି ବୈଠକରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାଇଥିଲେ । ସଂସଦର କାର୍ଯ୍ୟକାରୀ ସମ୍ପାଦକ ରମାକାନ୍ତ ମହାନ୍ତି ଶେଷର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।