ଦିବଂଗତ ଭାରତ ରତ୍ନ ଲତାମଙ୍ଗେସକରଙ୍କ ବିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ମହାବିଦ୍ୟାଳୟ ପରିସରରେ ଭରତର ପ୍ରସିଦ୍ଧ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବିୟୋଗରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷା ଡ. ରୀନା ସାହୁ ଯୋଗଦେଇ ଦେଶ ପାଇଁ ଏହା ଏକ ଅପୁରଣୀ କ୍ଷତି ତଥା ଏହି ମହାନ୍ ଗାୟିକାଙ୍କ ଜୀବନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେହି ଭଳି ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ସ୍ୱର୍ଗତ ଲତାମଙ୍ଗେସକରଙ୍କ ଭାରତୀୟ ଚଳଚିତ୍ର ଜଗତ ପାଇଁ ଅବଦାନ ସମ୍ପର୍କରେ କହିବା ସହ ତାଙ୍କ ଦ୍ୱାରା ପରିବେଷଣ ହୋଇଥିଲା “ଏ ମେରେ ୱତନ୍ କେ ଲୋଗୋଁ….” ଆଜି ମଧ୍ୟ ବେଶ ଆଦୃତ ବୋଲି ବକ୍ତବ୍ୟ ଦେଇଥିଲେ । ଅଧ୍ୟାପିକା କଲ୍ୟାଣୀ ମିଶ୍ର ଲତାଜୀଙ୍କର ବିନମ୍ରତା, ସରଳ ଜୀବନଯାପନ ସର୍ବୋପରି ଉତ୍ସର୍ଗ ମନୋଭୋବ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶୋକ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ଏବଂ ଏଲ୍‌.ଦୁର୍ଯୋଧନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ