ଦିବଙ୍ଗତ ପୂର୍ବତନ ବିଧାୟକ ଯୁଧିଷ୍ଠିରଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ):ଡେଲାଙ୍ଗ-ପିପିଲି ପୁର୍ବତନ ବିଧାୟକ ଯୁଧିଷ୍ଟିର ସାମନ୍ତରାୟଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ସ୍ମୁତି ସଭା ସ୍ଥାନୀୟ ମାଧିପୁର ସ୍ଥିତ ନିଜ ବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ସଭା ପୁର୍ବତନ ସରପଂଚ ପ୍ରଦ୍ୟୁମ୍ନ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୁତି ସଭାରେ ପିପିିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି ଯୋଗଦେଇ ସ୍ୱର୍ଗତ ପୁର୍ବତନ ବିଧାୟକ ଯୁଧିଷ୍ଠିରଙ୍କ ସମାଜସେବା କ୍ଷେତ୍ରରେ ଅପୁରଣିୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଏଥିସହ ସେ ସର୍ବଦା ଲୋକଙ୍କ ସେବାରେ ଜନନାୟକ ଭାବେ ରହିଥିବାର କହି ତାଙ୍କ ସ୍ମୁତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ,ବିଜେଡି ରାଜ୍ୟ ସାଧାରଣ ସଂପାଦକ ସତ୍ୟବ୍ରତ ପାତ୍ର, ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, ବିଜେପି ନେତ୍ରୀ ଉପସନା ମହାପାତ୍ର, ଜଟଣୀ ବିଧାୟକ ସୁର ରାଉତରାୟ, ପୁତ୍ର ମନ୍ମଥ ରାଉତରାୟ, ପୂର୍ବତନ ପିସିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାହାଣୀ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ନେତା ମାନସ ଆଚାର୍ଯ୍ୟ, ନେତ୍ରୀ ନିରୁପମା ପାତ୍ର, ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ , ବିଶିଷ୍ଟ ସଂଙ୍ଗିତଜ୍ଞ ଜୟଶ୍ରୀ ଧଳ, ସମାଜସେବୀ ରାଧା ମୋହନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଯୁଧିଷ୍ଟିର ଙ୍କ ସମାଜସେବା କ୍ଷେତ୍ର ରେ ବଳିଷ୍ଠ ନେତୃତ୍ୱ ଓ ଉଲେଖେନିୟ ଅବଦାନ ଉପରେ ଆଲୋକପାତ କରିଥିଲେ । ତାଙ୍କ ଏହି ଅଚାନକ ବିୟୋଗ ସମଗ୍ର ଡେଲାଙ୍ଗ-ପିପିିଲି ନିର୍ବାଚନ ମଣ୍ଡଳୀ ପାଇଁ ଅପୁରଣିୟ କ୍ଷତି ହୋଇଛି ବୋଲି ଅତିଥି ମାନେ ମତ ବ୍ୟକ୍ତ ପ୍ରକାଶ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ଡେଲାଙ୍ଗ-ପିପିିଲି ବ୍ଳକ ଅଧ୍ୟକ୍ଷା ଓ ପିପିିଲି ଏନଏସି ଅଂଚଳର ପ୍ରାୟ ୧୦ ହଜାର ଜନ ସମାଗମ ହୋଇଥିବା ବେଳେ ପୁତ୍ର ତଥା ରାଜ୍ୟ ଖାଦ୍ୟ ନିଗମ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ , ସାନଭାଇ ଧିରେନ୍ଦ୍ର ସାମନ୍ତରାୟ, ଝିଅ ପ୍ରିୟମ୍ବଦା ସାମନ୍ତରାୟ ,ଜ୍ବାଇଁ ନିହାର ରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।


