ଦିବାକର ମେମୋରିଆଲ ଟ୍ରଷ୍ଟ ଓ ଲାଇବ୍ରେରୀ ର ଲୋଗୋ ଉନ୍ମୋଚନ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଭାଣପୁର ଗ୍ରାମ ଠାରେ ଦିବାକର କର ମେମୋରିଆଲ ଟ୍ରଷ୍ଟ ଓ ଲାଇବ୍ରେରୀ ର ଲୋଗୋ ପବିତ୍ର ରଥ ଯାତ୍ରା ଅବସର ରେ ଉନ୍ମୋଚନ ହୋଇଯାଇଛି । ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଲୋଗୋ ଉନ୍ମୋଚନ କରିଥିଲେ ।ସମାଜ ସେବୀ ଗୋପୀନାଥ କର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ୨୧ ନମ୍ବର ଜିଲ୍ଳା ପରିଷଦ ସଭ୍ୟ ରବୀନ୍ଦ୍ର ମଲ୍ଲିକ ,ସମାଜ ସେବୀ ତ୍ରିଲୋଚନ କର , କାହୁଁ ବେହେରା ,ପ୍ରାଚୀ ସଂସ୍କୃତି ର ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର, କେଦାରନାଥ ସାହୁ ,ପ୍ରଭାତ ଦାସ ,ମହେନ୍ଦ୍ର ନାୟକ ,ସମେତ ଚାରି ଛକ ପ୍ରେସ କ୍ଲବ୍ ର ସମସ୍ତ ସଭ୍ୟ ଯୋଗ ଦେଇ ଦିବାକର କର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରେସ କ୍ଲବ ର ସଭାପତି ପ୍ରଫୁଲ୍ଲ କର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବସନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।