ଦିବ୍ୟାଙ୍ଗ ଙ୍କୁ ହ୍ବିଲ୍ ଚେୟାର ପ୍ରଦାନ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସଭାମଣ୍ଡପ ବାରଗାଦି ମେଳନ କମିଟି ପକ୍ଷରୁ ତୁଳସୀପୁର ପଞ୍ଚାୟତ ର କାଞ୍ଜିଆର ପାଟଣା ଗ୍ରାମ ର ଦିବ୍ଯାଙ୍ଗ କାଳନ୍ଦୀ ଗୁରୁ ଙ୍କୁ ଗୋଟିଏ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି।ପଞ୍ଚାୟତ ବିଜେପି ସଭାପତି କୈଳାସ ଚନ୍ଦ୍ର କର ଶ୍ରୀ ଗୁରୁ ଙ୍କୁ ଏହି ଚେୟାର ପ୍ରଦାନ କରିଥିଲେ। ବାରଗାଦି ମେଳନ କମିଟି ର ସନ୍ତୋଷ କୁମାର ତ୍ରିପାଠୀ, ବ୍ରଜବନ୍ଧୁ କର, ଚକ୍ରଧର ପାଣି, ବାଇମନ ଶତପଥୀ ପ୍ରମୁଖ ଚେୟାର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ