ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ବନ୍ତ ସମ୍ବଳ ବିଭାଗ ପକ୍ଷରୁ ହୁଇଲ୍ ଚେୟାର, ଟ୍ରାଇ ସାଇକେଲ, ଶ୍ରବଣଯନ୍ତ୍ର, ଆଶାବାଡ଼ି ଆଦି ପ୍ରଦାନ କରାଯାଇଛି । ବନ୍ତ ବ୍ଳକ ର ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାଶ, ଶିକ୍ଷକ ପ୍ରଫୁଲ କୁମାର ଦାସ ସାମଗ୍ରୀ ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବୀ ଶିକ୍ଷକ ସତ୍ୟ ନାରାୟଣ ଦାସ, ବିଷ୍ଣୁ ନାରାୟଣ ପରିଡ଼ା, ଆଶୁତୋଷ ଲେଙ୍କା, ମହେଶ୍ୱର ଲେଙ୍କା, ଶିକ୍ଷୟିତ୍ରୀ ଆଶାଲତା ନାୟକ ସହଯୋଗ କରିଥିଲେ । ଏହି ଅବସରରେ ୫ ଜଣଙ୍କୁ ଟ୍ରାଇ ସାଇକେଲ, ୬ ଜଣଙ୍କୁ ହୁଇଲ ଚେୟାର, ୭ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୦ ଜଣଙ୍କୁ ଆଶାବାଡ଼ି ଆଦି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ଉପସ୍ଥିତ ରହି ଏହାକୁ ଗ୍ରହଣ କରିଥିଲେ ।