ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସ୍ରୋତରେ ସାମିଲ୍ ପାଇଁ ସମ୍ବଳ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ  

ଛତ୍ରପୁର(ଦେବଦତ୍ତ ମହାରଣା ): ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନର ସମ୍ମିଳନୀ କକ୍ଷ୍ୟ ଠାରେ ଅନ୍ତଃର୍ନିବେଶି ଶିକ୍ଷା ବିଭାଗ ତରଫରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟଭିମୁଖୀ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ପୂର୍ବକ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ପ୍ରତି ବ୍ଲକରୁ ଦୁଇ ଜଣ ଶିକ୍ଷକଙ୍କ ସହ ଜଣେ ସମ୍ବଳ ଶିକ୍ଷକ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା କୁମାରୀ ସେନାପତି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମସ୍ତଙ୍କ ମିଳିତ ପ୍ରୟାସରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି କିପରି ସମ୍ଭବ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ରଙ୍ଗେଇଲୁଣ୍ଡା ବିଇଓ ତଥା ବରିଷ୍ଟ ପ୍ରଶିକ୍ଷିକା ଡଃ ପ୍ରଭାତୀ ମହାପାତ୍ର ତାଲିମ୍ କାର୍ଯ୍ୟକ୍ରମର ମୁଖ୍ୟ ବୈଶିଷ୍ଠ୍ୟ ଉପରେ ଆଲୋଚନା କରିଥିଲେ । ଛତ୍ରପୁର ବିଇଓ ଅବିନାଶ ଶତପଥି ଉପସ୍ଥିତ ରହି ଭିନ୍ନ କ୍ଷମ ବିଭାଗର ବିଭିନ୍ନ ସମସ୍ୟା ଓ ତାର ସରଳ ସମାଧାନ ଉପରେ ଆଲୋକପାତ କରିଥିଲେ । ୨୧ ପ୍ରକାର ଭିନ୍ନକ୍ଷମତାର ଚିହ୍ନଟିକରଣ, ଆରପିଡବ୍ଲୁଡି ଆକ୍ଟ ୨୦୧୬ ର ବିଭିନ୍ନ ରୂପରେଖ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ସ୍ତରରେ ନାମ ପଞ୍ଜୀକୃତ କରି ୟୁଡିଆଇଏସଇ ପୋର୍ଟାଲରେ ଅପଡେଟ କରିବା, ପ୍ରତି ବ୍ଲକରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା, ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ, ସିଆରସିସି, ଶିକ୍ଷା ସ୍ୱେଚ୍ଛାସେବୀ, ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ତାଲିମ ପ୍ରଧାନ, ଶିକ୍ଷା ଅଧିକାର ଅଧିନିୟମ, ୧୨ (୧) ସି ଅନୁସାରେ ପାରଦର୍ଶି ପୋର୍ଟାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମ ଲେଖାଇବା ବ୍ୟବସ୍ଥା, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ଉପକରଣ ଓ ପ୍ରୋତ୍ସାହନ ପ୍ରଦାନ କରିବା ସମ୍ବଦ୍ଧରେ ଆଲୋଚନା ହୋଇଥିଲା । ଏହି ଶିବିରରେ ଖଲ୍ଲିକୋଟ ସମ୍ବଳ ଶିକ୍ଷକ ପ୍ରଣବ କୁମାର ଶତପଥି, ହିଞ୍ଜିଳିକାଟୁ ସହକାରୀ ଶିକ୍ଷକ ଗୌରୀଶଙ୍କର ମିଶ୍ର କାର୍ଯ୍ୟକ୍ରମକୁ ସଂପାଦନ କରିଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ଅନ୍ତେବାସୀ ଶିକ୍ଷା ବିଭାଗର ଜିଲ୍ଲା ସଂଯୋଜକ ତପନ କୁମାର ସାହୁ ଓ ଏଫସି ମଧୁସୁଦନ ପରିଡା ସଂଯୋଜନା କରିଥିଲେ । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ