ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ଉତ୍ସବ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟ ଓ ସାହାଯ୍ୟ ବିଷୟ ନେଇ ନିଜର ବକ୍ତବ୍ୟ ରଖିଥିଲେ। ଅଭିଭାବକ ବୃନ୍ଦ ନିଜର ଦିବ୍ୟଙ୍ଗ ସନ୍ତାନ ସେମାନଙ୍କ ପାଇଁ ବୋଝ ବୋଲି ନଭାବି ସେମାନଙ୍କ ଦକ୍ଷତାକୁ ଦେଖି ସହଯୋଗ କରିବାକୁ ବିଡ଼ିଓ ଶ୍ରୀ ମୁର୍ମୁ ପରାମର୍ଶ ପ୍ରଦାନ କରିଥିଲେ। ଏହି କ୍ରୀଡା ଉତ୍ସବରେ ବ୍ଲକର ୭୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇ ହୁଇଲ ଚେୟାର, ଚିତ୍ରାଙ୍କନ, ଦୌଡ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ। କ୍ରୀଡ଼ାରେ କୃତ୍ତିତ୍ୱ ଅର୍ଜନ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡା, ଗୋଷ୍ଠୀ ଶିକ୍ଷାଧିକାରୀ କାଳୀ ଚରଣ ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରୂପ କୁମାର ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ଉପେନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ସମସ୍ତ ସିଆରସିସି, ଆଇ.ଇ.ଭି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ