ଦିବ୍ୟାଙ୍ଗ ଜନ ସମାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଥିବା ଜଉଗଡ ସମ୍ମିଳନୀ କକ୍ଷ ଠାରେ ଦିବ୍ୟାଙ୍ଗ ଜନ ସାମାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଦାରଣ) ଲୀନା କୁମାରୀ ଖେସ୍ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଗୁଡିକର ଆଶୁ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୦ ଜଣ ଦିବ୍ୟାଙ୍ଗ ଙ୍କ ବ୍ୟକ୍ତିଗତ ଅଭିଯୋଗ ଏହି କାର୍ଯ୍ୟକ୍ରମରେ ଶୁଣାଣୀ ହୋଇଥିବା ବେଳେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ପ୍ରକାଶ କୁମାର ମିଶ୍ର, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଟି. ପଦ୍ମା, ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


