ଦିବ୍ୟ ଜୀନବ ସଂଘ ଦ୍ୱାରା ଉନ୍ନତିକରଣ ଉଦ୍ଦେଶରେ ଦୁଇ ଦିବସୀୟ ସାଧନା ଦିବସ

ବ୍ରହ୍ମପୁର : ଛତ୍ରପୁର ଦିବ୍ୟ ଜିଲ୍ଲାର ସହଯୋଗରେ ଗୋପାଳପୁର ବନ୍ଦର ଏବଂ କେ. ଆର୍ଜିପଲ୍ଲୀ ଶାଖାର ମିଳିତ ଆନୁକୂଲ୍ୟରେ ଗୋପାଳପୁର ବନ୍ଦର ଶାଖାର ବିଶ୍ୱନାଥ ମନ୍ଦିରରେ ଅପରାହ୍ନରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସନ୍ଧ୍ୟା ସତ୍ସଙ୍ଗରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଗୁରୁତତ୍ତ୍ୱ ପରିପ୍ରକାଶ କରିଥିଲେ । ପଦ୍ମଲୋଚନ ଦାସ ଜଗନ୍ନାଥ ତତ୍ତ୍ୱ, ଭକ୍ତିତତ୍ତ୍ୱ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ସେହିପିର ସଂଘର ବରିଷ୍ଠ ଗୁରୁଭାଇ ତଥା ରାମକଥାକାର କେ. ସୂର୍ଯ୍ୟ ନାରାୟଣ ଦାସ ଭାଗବତ ତତ୍ତ୍ୱ ବର୍ଣ୍ଣନା କରିଥିଲେ । ଦିନ ବ୍ରହ୍ମ ମୁହୁର୍ତ୍ତରେ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ,ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ ପାଠ କରିଥିଲେ । ସେହିପରି ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ସକାଳ ୬ ଘଣ୍ଟା ଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଯୋଗାସନ, ହାସ୍ୟାସନ, ପ୍ରାଣାୟାମ, ଭ୍ରାମରୀ, ସୂର୍ଯ୍ୟ ନମସ୍କାର ସହ ଅନ୍ୟାନ୍ୟ ଯୋଗାସନ ମାନ ପ୍ରଦର୍ଶନ କରିବା ସହ ତାହାର ମାହାତ୍ମ୍ୟ ବୁଝାଇ ଏହାଦ୍ୱାରା ଶରୀରକୁ କିଭଳି ଭାବରେ ସୁସ୍ଥ ରଖିପାରିବା ବୁଝାଇଥଲେ । ୮ ଘଣ୍ଟା ସମୟରେ ନଗର ସଂକୀର୍ତ୍ତନ, ଗୁରୁପାଦ ପୂଜା, ଭଜନ କୀର୍ତ୍ତନ, ଗୀତା ପାଠ ଇତ୍ୟାଦି କରାଯାଇଥିଲା । ଲାଞ୍ଜିପଲ୍ଲୀ ଉମାନଗରସ୍ଥିତ ପି. ଗୋପିନାଥ ଦୋରାଙ୍କ ସୁକନ୍ୟ ପି. ପ୍ରିୟଦର୍ଶିନୀ ଦୋରାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ସାମୂହିକ ପ୍ରାର୍ଥନା କରାଯାଇଥିଲା । ମଧ୍ୟାହ୍ନ କାର୍ଯ୍ୟକ୍ରମରେ ସ୍ୱାମୀ ଗୁରୁଶରଣାନନ୍ଦଜୀଙ୍କ ଅଧ୍ୟକ୍ଷତା କରି ମଞ୍ଚ ପରିଚାଳନା କରିଥିଲେ । ସ୍ୱାମୀ ଗୋବିନ୍ଦାନନ୍ଦ ଉଦାଘଟନୀ ପ୍ରବଚନ ଦେଇଥିଲେ । ଅତିଥିମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ବ୍ରହ୍ମସାକ୍ଷାତ୍କାରାନନ୍ଦ ସରସ୍ୱତୀ ମହାରାଜ, ସମନ୍ୱୟ ସମିତିର ସଭାପତି ବିପ୍ରଚରଣ ପାତ୍ର, ପତିତପାବନ କରଣ, କେ.ସୂର୍ଯ୍ୟ ନାରାୟଣ ଦାସଙ୍କ ସମେତ ଛତ୍ରପୁର ଦିବ୍ୟ ଜିଲ୍ଲାର ସହଯୋଗରେ କାର୍ଯ୍ୟକ୍ରମ ହେବା ସହ ସଂଘର ସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ଦେବରାଜ ସାହୁ, ଯୁଗଳ କିଶୋର ବେହେରା, ବିନୋଦ ସାହୁ, ଶର୍ମିଳା ବେହେରା, ସଚ୍ଚିତାରାଣୀ କର, କ୍ଷେତ୍ର ମୋହନ ବେହେରା, ନରହରି ବେହେରା, ସୁରେନ୍ଦ୍ର ସାହୁ, ମୀନକେତନ ସାହୁଙ୍କ ସଂଘର ସମସ୍ତ ଗୁରୁଭାଇ ସଭ୍ୟ ସଭ୍ୟାମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଏଥିରେ ଶତାଧିକ ଭକ୍ତ, ଗୁରୁଭାଇ, ଗୁରୁ ଭଉଣୀମାନେ ଉପସ୍ଥିତ ଥିଲେ । ପରିଶେଷରେ ସମ୍ପାଦକ ଦେବରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ