ଦିବ୍ୟ ଜୀବନ ସଂଘ ତରଫରୁ ୫ମ ତମ ବିଶ୍ୱ ଯୋଗ ଦିବସ ପାଳିତ
ବ୍ରହ୍ମପୁର – (ଯୁଗାଦ୍ଦ ନ୍ୟୁଜ) : ଶୁକ୍ରବାର ସିଦ୍ଧାର୍ଥ ନଗରସ୍ଥିତ ଦିବ୍ୟ ଜୀବନ ସଂଘ, ବ୍ରହ୍ମପୁର ମୁଖ୍ୟ ଶାଖା ଦ୍ୱାରା ୫ମ ତମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷୟିତ୍ରୀ କାଦମ୍ବିନୀ ପଣ୍ଡା ଗତ ଦୁଇ ବର୍ଷ ଧରି ଦିବ୍ୟ ଜୀବନ ସଂଘ ବ୍ରହ୍ମପୁର ଶାଖାରେ ପ୍ରତ୍ୟହ ସକାଳ ୫ ଘଣ୍ଟା ଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଭାଇ ଭଉଣୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ମାନସିକ ସ୍ତରରେ ଶାନ୍ତି ରହିବା ସହ ଶରୀର ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ ହୋଇ ସୁସ୍ଥ ରହିଥାଏ । କେତେକ ପ୍ରମୁଖ ଆସନ ଓ ପ୍ରାଣାୟାମ ଯଥା: ସୂର୍ଯ୍ୟ ନମସ୍କାର, ବୃକ୍ଷାସନ, ତାଡ଼ାସନ, ଉଷ୍ଟ୍ରାସନ, ହାସ୍ୟାସନ ଇତ୍ୟାଦି ଓ ଅନୁଲୋମ ବିଲୋମ,ଭତ୍ସିକା, କପାଳ ଭାତି, ଭ୍ରାମରୀ ଇତ୍ୟାଦି ଦୈନନ୍ଦିନ କରାଯାଇଥାଏ ।
ଆମ ଦେଶରେ କେଉଁ ଆଦିମ କାଳରୁ ଋଷିମୁନିମାନେ “ଯୋଗ” ବିଷୟରେ ଜ୍ଞାନ ଏବଂ ଜୀବନରେ ଏହାର ଯଥାର୍ଥ ଆବଶ୍ୟକତା ଉପରେ ବହୁ ତଥ୍ୟ ଦେଇ ଯାଇଛନ୍ତି । ତାହା ବହୁ ପୁରାତନ ଗ୍ରନ୍ଥରେ ସୁପ୍ତ ଆକାରରେ ରହିଥିଲା । କ୍ରମଶଃ ସମୟାନୁସାରେ ମହର୍ଷି ପତଞ୍ଜଳି ଏହାକୁ ଲୋକ ଲୋଚନକୁ ଆଣିପାରିଥିଲେ । ସେତେବେଳେ ତାଳପତ୍ର ଦ୍ୱାରା ଲେଖନୀ ମାଧ୍ୟମରେ ସାଇତି ରଖିଥିଲେ । ପରେ ଏହା ଯୋଗିଗୁରୁ ସ୍ୱାମୀ ରାମଦେବଙ୍କ ଦ୍ୱାରା ଭାରତରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସାରା ବିଶ୍ୱରେ ଉପସ୍ଥାପନ କରିଥିଲେ ଏବଂ ବିଶ୍ୱର ବହୁ ଅସମ୍ଭବ ରୋଗୀମାନଙ୍କୁ ଯୋଗ ଦ୍ୱାରା ଆରୋଗ୍ୟ କରିପାରିଥିଲେ । ତାହା ଆଜି ଶିକ୍ଷିତ ସମାଜରେ ବିଭିନ୍ନ ଭାଷାରେ ଛାପିବା ଦ୍ୱାରା ସର୍ବ ସାଧାରଣରେ ପ୍ରକାଶ ପାଇଛି । ଏହାକୁ ଆମ୍ଭ ଦେଶର ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭଲଭାବେ ଉପଲବ୍ଧି କରି ସାରା ବିଶ୍ୱରେ ଏହାର ପ୍ରଚାର ପ୍ରସାର କରିବା ଉଚିତ୍ ମନେକରି ଯୁକ୍ତ ରାଷ୍ଟ୍ର ଆମେରିକାରେ ୨୦୧୪ରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସମ୍ମିଳନୀରେ ଉପସ୍ଥାପନ କରିଥିଲେ । ପରେ ଏହା ସମଗ୍ର ବିଶ୍ୱରେ ଆଦୃତ ହୋଇ ସାରା ବିଶ୍ୱରେ ପ୍ରାୟ ୨୦୦ ଦେଶରେ “ବିଶ୍ୱ ଯୋଗ ଦିବସ”ରୂପେ ପାଳିତ ହେଉଛି । ଏହି ଯୋଗର ମାହାତ୍ମ୍ୟ ଏତେ ଯେ ଏହା ଆବାଳ ବୃଦ୍ଧ ବନିତାଙ୍କର ସବୁ ସମୟରେ ଶାରୀରିକ ସୁସ୍ଥ ଓ ମାନସିକ ଶାନ୍ତି ପାଇଁ ନିହାତି ଆବଶ୍ୟକ ।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ସହ ସଂଘର ସଭାପତି ଉପେନ୍ଦ୍ର କୁମାର ପାଣିଗ୍ରାହୀ ଯୋଗ ଦାନ ନରିଥିଲେ । ଯୋଗ ପରିଚାଳନା ସଂଘର ଉପସଭାପତି ଭାସ୍କର ବେହେରାଙ୍କ ସମେତ ଭଗବାନ ମହାନ୍ତି, କୈଳାସ ପାଣିଗ୍ରାହୀ, ଲକ୍ଷ୍ମୀ ପଣ୍ଡା, ଶର୍ମିଷ୍ଠା ଜେନା, ରଞ୍ଜନା ମହାନ୍ତି, ପ୍ରଭାତି ଦାଶ, ଡ଼ି. ବିଜୟା, ନୀଳେନ୍ଦ୍ରୀ ବେହେରାଙ୍କ ସମେତ ୫୦ରୁ ଉଦ୍ଧ୍ୱର୍ ଯୋଗ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ ।
ସେହିପରି ପତଞ୍ଜଳି ଯୋଗ ମହିଳା ସମିତି ଦ୍ୱାରା ଲାଞ୍ଜିପଲ୍ଲୀ କାଞ୍ଜ୍ୟାମ୍ମା ମନ୍ଦିରରେ ୨୦୦୮ ରୁ ଚାଲି ଆସୁଥିବା ଯୋଗ ଶିବିର ଦ୍ୱାରା ଆଜି ୫ମ ତମ ବିଶ୍ୱ ଯୋଗ ଦିବସ ପାଳିତ କରାଯାଇଛି ।
“କରୋ ଯୋଗ, ରହ ନିରୋଗ” ଏହି ବାକ୍ୟକୁ ପ୍ରତ୍ୟେକଙ୍କ ଠାରେ ପହଞ୍ଚାଇବା ସହ ବିଶ୍ୱର ସମସ୍ତ ନିଜର ବ୍ୟସ୍ତ ଜୀବନରେ କିଛି ସମୟ ବାହାର କରି ଶରୀରକୁ ସୁସ୍ଥ ରଖିବା ନିମନ୍ତେ ଯୋଗର ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ଯୋଗର ଏକମାତ୍ର ଲକ୍ଷ୍ୟ ଅଟେ ଯୋଗ ଦ୍ୱାରା ବିଶ୍ୱର ସମସ୍ତ ମନୁଷ୍ୟକୁ ସୁସ୍ଥ ରଖିବା ଏକମାତ୍ର ଉଦ୍ଦେଶ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଂଗଠକ ଓ ସମିତିର ସମ୍ପାଦକ ସ୍ୱାମୀ ହରି ଶରଣାନନ୍ଦ ସରସ୍ୱତୀ ମହାରାଜ, ସଂଘର ସଭାନେତ୍ରୀ ଭାନୁମତି ଦୋରା, ଶାରଦା ପାଣିଗ୍ରାହୀ, କୁମାରୀ ମହାରଣା, ସରସ୍ୱତୀ ପାତ୍ର, କାନ୍ତାମ୍ମାଙ୍କ ସମେତ ଅନେକ ଯୋଗ ଶିକ୍ଷାର୍ଥୀ ଯୋଗ ଦେଇଥିଲେ ।