ଦିର୍ଘଦିନ ଧରି ଖାଲି ପଡିଛି ଉପ ନିବନ୍ଧକ ପଦବୀ ଲୋକେ ହୀନସ୍ତା
ବଲିକୁଦା, (ଅନସୂୟା ରାଉତ):ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲରେ ଥିବା ଉପ ନିବନ୍ଧକ କାର୍ଯ୍ୟଳୟ ଅଛି ସତ କିନ୍ତୁ ଜମିଜମା କ୍ରୟ ବିକ୍ରୟ କରିବାକୁ ଆସୁଥିବା ଲୋକ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଆଜକୁ ଦଶ ମାସ ପାଖାପାଖି ହେବ କାର୍ଯ୍ୟାଳୟରେ ନାହାଁନ୍ତି ଉପନିବନ୍ଧକ ଅଫିସର। ଚଳିତବର୍ଷ ଜାନୁୟାରୀ ମାସରେ ଉପନିବନ୍ଧକ ଅଫିସରଙ୍କର ବଦଳି ପରେ ଖାଲି ପଡିଛି ପଦବୀ। ବାଲିକୁଦା ତହସିଲଦାର ଏହାର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ତହସିଲ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ତହସିଲଦାର ମହାଶୟ ଉପନିବନ୍ଧକ କାର୍ଯ୍ୟାଳୟରେ ସରକାରଙ୍କ ନିଦ୍ଧିଷ୍ଟ ସମୟ ଦେଇ ପାରୁ ନାହାଁନ୍ତି। କେତେବେଳେ ଯେ କେଉଁ ସମୟରେ କାର୍ଯ୍ୟଳୟ ଆସୁଛନ୍ତି ତାହା କହି ହେଉନାହିଁ। ଫଳରେ ଲୋକମାନେ ସକାଳ ୧୦ଟାରୁ ଆସି ଅପରାହ୍ନ ୪ ଟା ଯାଏ ଭୋକ ଉପାସରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଅପେକ୍ଷା କରି ରହୁଥିବା ବେଳେ କିଛି ଲୋକ ଫେରୁ ଯାଉଛନ୍ତି।ଉପନିବନ୍ଧକ କାର୍ଯ୍ୟାଳୟ ପରିସରରେ ଆସୁଥିବା ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ କୌଣସି ସୁବିଧା ସୁଯୋଗ ନଥିବା ବେଳେ ଯଥା ଶୀଘ୍ର ଉପନିବନ୍ଧକ ପଦବୀ ପୁରଣ ପାଇଁ ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ଯାନ ଦେଇ ସମସ୍ୟାର ସମାଧାନ କରିବେ ବୋଲି ଆଶା କରା ଯାଉଛି।