ଦିଲ୍ଲୀରେ ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି, ସଂହତି, ପ୍ରଗତି ଓ ସ୍ୱଚ୍ଛତା ସୃଷ୍ଟି କରିବା ପାଇଁ ନିଜର ପ୍ରୟାସ ଜାରି ରଖିଥିବା ସିଲ୍‌ଭର ଗାନ୍ଧୀ ଭାବେ ପରିଚିତ ଓଡ଼ିଶାର ସାଇରାମ ଗାନ୍ଧୀଙ୍କୁ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ଦିଲ୍ଲୀରୁ ସାରା ଭାରତ ପଦଯାତ୍ରାରେ ବାହାରିବେ ସିଲ୍‌ଭର ଗାନ୍ଧୀ । ଏହି ପଦଯାତ୍ରା ସମୟରେ ସାଇରାମ ଗାନ୍ଧୀ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହିତ ସମସ୍ତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସେ ଯୋଜନା ରଖିଛନ୍ତି । ପ୍ରକାଶଥାଉକି ସାଇରାମ ଗାନ୍ଧୀଙ୍କୁ ନେଇ ନିକଟରେ ବଲିଉଡ଼ରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ଏହା ୧୨ଟି ଭାଷାରେ ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ