ଦିଲ୍ଲୀ ନିର୍ବାଚନରେ ବିଜେପିକୁ ମିଳିଛି ଅଧିକା ମୁସଲିମ ଭୋଟ୍‌

ନୂଆଦିଲ୍ଲୀ- ସରିଲା ଦିଲ୍ଲୀ ବିଧାସସଭା ନିର୍ବାଚନ ଅପେକ୍ଷା ୧୧ ତାରିଖକୁ ସମସ୍ତ ଗଣମାଧ୍ୟମ ପକ୍ଷରୁ ବୁଥ ଫେରନ୍ତା ମତକୁ ନିଆଯାଇ ପ୍ରସ୍ତୁତ କରାଯାଇଛି ଏକଜିଟ ପୋଲ । ଏକଜିଟ ପୋଲ କରିଥିବା ସମସ୍ଥ ସଂସ୍ଥା ପୂର୍ବନୁମାନ କରିଛନ୍ତି ଯେ ଦିଲ୍ଲୀରେ ପୁଣି ଥରେ କେଜରିୱାଲ ସରକାର ବନାଇବାକୁ ଯାଉଛନ୍ତି । ଦିଲ୍ଲୀ ବାସୀ ପୁଣି ଥରେ କେଜରିୱାଲଙ୍କ ଉପରେ ଭରସା କରି ତାଙ୍କୁ ସରକାର ଗଠନ ପାଇଁ ବିପୁଳ ସମର୍ଥନ ଦେିଥିବା ନେଇ ସମସ୍ଥ ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ଜଣାପଡୁଛି । ତେବେ ଆଇଏନଏସ ଓ ସି ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଦିଲ୍ଲୀ ବିଧାନସଭା ମତଦାନରେ ମୁସଲିମ ଭୋଟରଙ୍କ ମତଦାନ ହାର ଖୁବ ବଢିଆ ରହିଛି । ଅଧିକାଂଶ ମୁସଲିମ ଭୋଟର ଆମ ଆଦମୀ ପାର୍ଟିକୁ ଭୋଟ ଦେଇଥିବା ଜଣାପଡ଼ିଛି । ସେହି ପାରମ୍ପରିକ ଭାବେ ମୁସଲିମ ଭୋଟର ଦାବିଦାର ବୋଲାଉଥିବା କଂଗ୍ରେସ ଦଳକୁ ଏଥର ମୁସଲିମ ବୋଟର ମାନେ ପ୍ରତ୍ୟାଖାନ କରିଥିବା ଜଣାପଡିଛି । ଆଇଏନଏସ ଓ ସି ଭୋଟର ଦ୍ୱାରା ଦିଲ୍ଲୀ ୭୦ ବିଧାନସଭା କ୍ଷେତ୍ରର ୧୧,୮୩୯ ଜଣ ମତଦାତାଙ୍କୁ ନେଇ କରାଯାଇଥିବା ସର୍ଭେ ଅନୁସାରେ ୬୦ ପ୍ରତିଶତ ମୁସଲିମ ଭୋଟର ଆପକୁ ଭୋଟ ଦେଇଥିବା ବେଳେ । ବିଜେପି ସପକ୍ଷରେ ୧୮.୯ ପ୍ରତିଶତ ମୁସଲିମ ଲୋକ ଭୋଟ ଦେଇଥିବା ଜଣାପଡିଛି । ସେହିପରି ନିଜକୁ ମୁସଲିମ ଭୋଟର ପାରମ୍ପାରିକ ଦାବିଦାର ବୋଲାଉଥିବା କଂଗ୍ରେସ ଦଳକୁ ମାତ୍ର ୧୪.୫ପ୍ରତିଶତ ଦିଲ୍ଲୀର ମୁସଲିମ ଭୋଟର ଭରଷା କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ