ବୁଗୁଡା ପିପୁଲସ ହାଇ ସ୍କୁଲ ବାର୍ଷିକ ଉତ୍ସବ

ବୁଗୁଡା – ବୁଗୁଡା ପିପୁଲସ ହାଇ ସ୍କୁଲର ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବାର୍ଷିକ ଉତ୍ସବ କାର‌୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଏହି କ।ର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମଦନ ଗୋପାଳ ଦୋରା, ଯୁବ ସମାଜସେବୀ ରାଜେନ୍ଦ୍ର କୁମାର ପାଢ଼ୀ ଓ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ। ଉତ୍ତମ ଭାବେ ଅଧ୍ୟୟନ କରି ସୁନାଗରିକ ହେବାକୁ ମୁଖ୍ୟ ଅତିଥି ଶ୍ରୀ ସାହୁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନକରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ସାସ୍କୃତିକ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ