ଦିଲ୍ଲୀ ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟଙ୍କ କ।ର୍ଯ୍ୟକ।ଳ ବୃଦ୍ଧି
ନୂଆଦିଲ୍ଲୀ- ଦିଲ୍ଲୀ ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟଙ୍କ କ।ର୍ଯ୍ୟକ।ଳ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି ନିର୍ବାଚନ ଆୟୋଗ । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ନିର୍ବାଚନ ଆୟୋଗକୁ ପତ୍ର ଲେଖି ଦିଲ୍ଲୀ ପୋଲିସ କମିଶନରଙ୍କ କ।ର୍ଯ୍ୟକ।ଳ ଏକ ମାସ ବଢାଇବା ଲାଗି ଅନୁରୋଧ କରିଥିଲେ । ପଟ୍ଟନାୟକ ଶୁକ୍ରବାର ଅବସରନେଇଥାନ୍ତେ । ସୂଚନାଥାଉକି, ଆସନ୍ତାମାସ ଆଠ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଏହାକୁ ନଜରରେ ରଖି ଗୃହ ମନ୍ତ୍ରାଳୟ ତାଙ୍କ କ।ର୍ଯ୍ୟକ।ଳ ବଢାଇବାକୁ ଅପିଲ କରିଛନ୍ତି । ଫେବ୍ରୁଆରୀ ୮ ରେ ଦିଲ୍ଲୀର ୭୦ ବିଧାନସଭା ଆସନରେ ମତଦାନ ହେବ ଏବଂ ୧୧ ତାରିଖରେ ଫଳାଫଳ ଆସିବ ।


