ଆଳୁ ଚାଷରୁ ବର୍ଷକୁ ପାଉଛନ୍ତି ୨୫ କୋଟି

ଅହମ୍ମଦାବାଦ: ଗୁଜରାଟର ଏକ ଚାଷୀ ପରିବାର ବର୍ଷକୁ ୨୫ କୋଟି ଟଙ୍କାର ଆଳୁ ବିକ୍ରି କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ରାଜ୍ୟର ଆରଭାଲ୍ଲି ଜିଲ୍ଲାର ଦୋଲପୁର କାମ୍ପା ଗ୍ରାମରେ ରହୁଥିବା ଏହି ପରିବାରରେ ୧୦ ଜଣ ସଦସ୍ୟ ଚାଷ କାର୍ଯ୍ୟରେ ଜଡ଼ିତ ଅଛନ୍ତି । ସେମାନେ ଏକ ସ୍ୱତନ୍ତ୍ର ପ୍ରକାରର ଆଳୁ ଚାଷ କରୁଛନ୍ତି । ବର୍ଷକୁ ପ୍ରାୟ ୨୦ ହଜାର ଟନର ଆଳୁ ଉତ୍ପାଦନ କରି ତାହାକୁ ୨୫ କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ଏହି ପରିବାରର ସଦସ୍ୟ ଜିତେଶ ପଟେଲ କୃଷି ବିଜ୍ଞାନରେ ନିଜର ପାଠପଢ଼ା ଶେଷ କରିବା ପରେ ଲେଡି ରୋସେଟା (ଏଲ୍ଆର) ପ୍ରକାରର ଆଳୁ ଉତ୍ପାଦନ ଆରମ୍ଭ କରିଥିଲେ । ଆଳୁ ଚିପସ ଓ ୱାଫର ତିଆରି କରିବାରେ ଏକ ପ୍ରକାର ଆଳୁକୁ ବହୁଳ ଭାବେ ବ୍ୟବହାର କରାଯାଇଥାଏ । ବାଲାଜୀ ଓ ଆଇଟିସି ଭଳି ବଡ଼ ବଡ଼ କମ୍ପାନୀକୁ ଏହି ପରିବାର ଲେଡି ରୋସେଟା ଆଳୁ ପଠାଉଛି । ଏହି ଆଳୁର କିଲୋ ପିଛା ହାରାହାରି ଦାମ୍ ୧୭ ଟଙ୍କା ରହିଛି । ପଟେଲଙ୍କ ପରିବାର ଗତ ୨୬ ବର୍ଷ ହେଲାଣି ଆଳୁ ଉତ୍ପାଦନ କରୁଛନ୍ତି । ୨୦୦୭ରେ ସେମାନେ ୧୦ ଏକର ଜମିରେ ଏଲଆର ପ୍ରକାରର ଆଳୁ ଉତ୍ପାଦନ ଆରମ୍ଭ କରିଥିଲେ । ଫସଲ ଅମଳ ଭଲ ରହିବାରୁ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସେଥିରେ ସାମିଲ କରାଯାଇଥିଲା । ବର୍ତ୍ତମାନ ପଟେଲ ପରିବାରର ୧୦୦୦ ଏକର ଜମିରେ ଏହି ଆଳୁ ଚାଷ କରୁଛନ୍ତି । ଆଳୁ ଚିପସ ବଜାର ଉପରେ ନଜର ରଖିଥିବା ଜଣେ ବିଶେଷଜ୍ଞ କହିଛନ୍ତି । ଆଗାମୀ ଦିନରେ ଏଲଆର ପ୍ରକାରର ଆଳୁ ଚାହିଦା ଆହୁରି ବଢ଼ିବ । ୨୦୧୯ରେ ଗୁଜରାଟରୁ ଏକ ଲକ୍ଷ ଟନର ଏଲଆର ପ୍ରକାର ଆଳୁ ଇଣ୍ଡୋନେସିଆ, କୁଏତ, ଓମାନ ଓ ସାଉଦି ଆରବକୁ ରପ୍ତାନୀ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ