ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି
ନୂଆଦିଲ୍ଲୀ- ଭାରତୀୟ ଜନତା ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଘୋଷଣାପତ୍ର ସଂକଳ୍ପ ପତ୍ର ନାଁରେ ଜାରି କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ନିର୍ବାଚନ ପ୍ରଭାରୀ ପ୍ରକାଶ ଜାବଡେକର, ନିତିନ ଗଡକରୀ, ବିଜେପି ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ଶ୍ୟାମ ଜାଜୁ, ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ, ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଏବଂ ରାଷ୍ଟ୍ରୀୟ ମନ୍ତ୍ରୀ ତରୁଣ ଚୁଘ ଉପସ୍ଥିତ ଥିଲେ । ସଂକଳ୍ପ ପତ୍ର ଜାରି କରି ବିଜେପି ନେତାମାନେ କହିଛନ୍ତି ଯେ ଏହି ଘୋଷଣାପତ୍ର ମାଧ୍ୟମରେ ଦଳ ଦିଲ୍ଲୀରେ ପରିବର୍ତ୍ତନର ସଂଳ୍ପପ ନେଇଛି । ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ସହରକୁ ବାୟୁ ଏବଂ ଜଳ ପ୍ରଦୂଷଣରୁ ମକ୍ତ କରାଯିବ । ଏହାସହ ଦିଲ୍ଲୀବାସୀଙ୍କ ସୁବିଧା ପାଇଁ ଦଳ ପୁରା କାମ କରିବ ।