ଦିଲ୍ଲୀ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍ ମିଳିବା ଘଟଣା ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲରେ ଗୋଟାଏ ସନ୍ଦିଗ୍ଧ ବ୍ୟାଗ୍ ମିଳିବା ପରେ ବିମାନ ବନ୍ଦର ପରିସରରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି । ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ପୁଲିସ ତୁରନ୍ତ ତତ୍ପର ହୋଇ ଉଠିଥିଲା । ବୋମା ଚିହ୍ନଟ ଓ ଅକାମିକାରୀ, ସନ୍ଧାନୀ କୁକୁର ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମାନ ବନ୍ଦର ପରିସରକୁ ତଲାସ କରାଯାଇଥିଲା । ଯାତ୍ରୀମାନେ ଟୁଇଟ୍ କରି ଜଣାଇଥିଲେ କି, କିଛି ସମୟ ଲାଗି ସେମାନଙ୍କୁ ଆରାଇଭାଲ୍ ଟର୍ମିନାଲ୍ ବାହାରକୁ ଛଡ଼ାଯାଉ ନାହିଁ । ଟି-୩ ବାହାରେ ଥିବା ରାସ୍ତା ସବୁକୁ ମଧ୍ୟ ଅବରୋଧ କରାଯାଇଛି । ଦିଲ୍ଲୀର ଜଣେ ପୁଲିସ ଅଧିକାରୀ କହିଛନ୍ତି ରାତି ପ୍ରାୟ ୩ଟା ବେଳେ ସନ୍ଦିଗ୍ଧ ବ୍ୟାଗ୍ ସଂକ୍ରାନ୍ତରେ ଦିଲ୍ଲୀ ବିମାନ ବନ୍ଦର ପୁଲିସକୁ ଫୋନ୍ କରାଯାଇଥିଲା । ଘଟଣାସ୍ଥଳରୁ ସେ ବ୍ୟାଗଟିକୁ ଅଣାଯାଇଛି । ସେଥିରେ କ’ଣ ଅଛି ତାହା ପୁଲିସ ଟିମ୍ ଯାଞ୍ଚ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ