ଏସ୍‌ପି କନୱାର ବିଶାଳ ସିଂହଙ୍କ ସମେତ ୨୫ ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ମେଡାଲ

ଭୁବନେଶ୍ୱର: ଭାରତ ସରକାରଙ୍କ ପକ୍ଷରୁ ସମ୍ବଲପୁର ଏସ୍‌ପି କନୱାର ବିଶାଳ ସିଂହଙ୍କ ସମେତ ଓଡ଼ିଶାର ୨୫ ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ମେଡାଲ ମିଳିବ । ଗତ ମେ’ ମାସ ୮ ତାରିଖରେ କୋରାପୁଟ ଜିଲ୍ଲାର ପାଡୁଆ ଜଙ୍ଗଲରେ ମାଓ ବିରୋଧୀ ସ୍ପେଶାଲ ଅପରେସନରେ ସାମିଲ ହୋଇଥିବା ଯବାନମାନଙ୍କୁ ଏହି ପଦକ ମିଳିବ ବୋଲି ଜଣାପଡ଼ିଛି । ସ୍ପେଶାଲ ଅପରେସନରେ ୫ ଜଣ ମାଓବାଦୀ ନିହତ ହୋଇଥିଲେ । ରାଜ୍ୟ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସମ୍ବଲପୁର ଏସ୍ପି କନୱାର ବିଶାଳ ସିଂହ ପଦକ ପାଇବେ । ସେହିପରି ନିରଞ୍ଜନ ସାହୁଙ୍କୁ ମଧ୍ୟ ଏହି ପଦକ ମିଳିବ । ଏସ୍‌ଆଇ ମନୋଜ ପ୍ରଧାନ, ଗୁରୁଦେବ କର୍ମୀ, ଉମେଶ ସାହୁ, ହେମନ୍ତ ଶିଆଳ ମଧ୍ୟ ମେଡାଲ ପାଇବେ । ସର୍ଜେଣ୍ଟ, ହାବିଲଦାର, କନଷ୍ଟେବଳଙ୍କ ସହ ମୋଟ ୨୫ ଜଣଙ୍କୁ ଏହି ପଦକ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ