ଦିଲ୍ଲୀ ର ବର୍ଷିୟାନ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ ଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ
(ଯୁଗାବ୍ଦ ନ୍ୟୁଜ) ଦିଲ୍ଲୀ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ର ବରିଷ୍ଠ ନେତ୍ରୀ ଶିଲା ଦିକ୍ଷିତ ଙ୍କ ଆଜି ଶେଷକୃତ୍ୟ ସର୍ମ୍ପଣ୍ଣ ହେବ । ଶନିବାର ୮୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ଶୀଲା ଦୀକ୍ଷିତଙ୍କ ପରଲୋକରେ ଦିଲ୍ଲୀ ସରକାର ଦୁଇଦିନିଆ ଶୋକ ପାଳନ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୀଲା ଦୀକ୍ଷିତଙ୍କ ନିଧନରେ କଂଗ୍ରେସ ଅଭୂତପୂର୍ବ କ୍ଷତି ଘଟିଛି ବୋଲି କହିଛନ୍ତି।