ଦିଲ ତୋଡ଼ କେ ଆଲବମ ରିଲିଜ, ପସନ୍ଦ କଲେ ଦର୍ଶକ

ଗଞ୍ଜାମ, (ୱାଇଏନ୍ଏସ୍):ଗଞ୍ଜାମ ସହରର ଏମ.ଜେ. ହୋମ ପ୍ରୋଡକ୍ସନ ର ପ୍ରଥମ ଅବଦାନ “ଦିଲ ତୋଡ କେ ” ଆଲବମ ରିଲିଜ ହୋଇଯାଇଛି । ଗଞ୍ଜାମ ସହରର ଉଦୟମାନ ଫୋଟଗ୍ରାଫର ମନୋଜ କୁମାର କାନୁନଗୋ ଏହାର ଷ୍ଟୋରି ଲେଖିବା , ନିର୍ଦ୍ଦେଶନା ଦେବା ଓ ଭିଡ଼ିଓ ସୁଟ ନିଜେ ହିଁ କରିଥିବା ଦର୍ଶାଇଛି । ଏହାର କଣ୍ଠଦାନ କରିଛନ୍ତି ଗଞ୍ଜାମ ସହରର ଉଦୟମାନ କଣ୍ଠ ଶିଳ୍ପୀ ରାକେଶ ମିଶ୍ର।ସମସ୍ତ ସୁଟିଙ୍ଗ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ପାଞ୍ଚୟତର ବାଲିଲୋକନାଥ ମନ୍ଦିର , ପାର୍କ ରେ ହୋଇଥିବା ଦେଖାଯାଇଛି ।ଏଥିରେ ଅଭିନୟ କରିଛନ୍ତି ଆଲବଲମ ଜଗତର କୁଇନ ଅଭିନେତ୍ରୀ ପ୍ରିୟାଙ୍କ, ସେହିପରି ଅଭିନେତା ଚିନ୍ମୟ, ସୁମନ । ଭିଡ଼ିଓଗ୍ରାଫିରେ ସହଯୋଗ କରିଛନ୍ତି ସୁଭମ, ଜାଗା, କାହ୍ନ। ଆଗାମୀ ଦିନରେ ଗଞ୍ଜାମ କଳା, ସଂସ୍କୃତି, ଐତିହ୍ୟ କୁ ଲୋକଲୋଚନକୁ ଆଣିବା ସହ ନୂତନ କଳାକାରଙ୍କୁ ସୁଯୋଗ ଦେଇ କଳାତ୍ମକ ଫିଲ୍ମ କରିବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ନିର୍ଦେଶକ ତଥା ଲେଖକ ମନୋଜ ।ଏହି ଆଲବଲମ ଟିକୁ ଆଶାତୀତ ଭାବେ ଦର୍ଶକ ପସନ୍ଦ କରିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ