ଦୀନ୍ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ଯ ଯୋଜନା ଚୟନ ଓ ପରାମର୍ଶ ଶିବିର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେକାରୀ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଆଜି ବେଲଗୁଣ୍ଠା ବ୍ଳକ୍ ରେ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ଯ ଯୋଜନାରେ ଏକ ପଞ୍ଚାୟତ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି I ଶିବିରରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ଶିବିରର ଉପାଦେୟତା ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଶିବିରରେ ତନରଡା, ଉଢୁରା ଏବଂ ଜି.ନୂଆଁଗାଆଁର ପଞ୍ଚମ ଶ୍ରେଣୀରୁ ଉର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ଥିବା 18 ରୁ 35 ବର୍ଷ ବୟସ୍କ ଯୁବକ ଯୁବତୀ ମାନଙ୍କୁ ଜଟଣୀର ଗ୍ରାମ ତରଙ୍ଗ ଜ୍ୟୋତି ଏବଂ ଗୋପାଳପୁର ମାଣ୍ଡିଆପଲ୍ଲୀର ଏନ୍.ଟି.ଟି.ଏଫ ସଂସ୍ଥା ଦ୍ୱାରା ଚୟନ କରାଯାଇଥିଲା I ଚୟନ କରାଯାଇଥିବା ଯୁବକ ଯୁବତୀଙ୍କୁ ଆଗାମୀ ଦିନରେ ପ୍ରଶିକ୍ଷଣ ଦେଇ ଉଦ୍ଦିଷ୍ଟ ସ୍ଥାନରେ କର୍ମ ନିଯୁକ୍ତି ଦିଆଯିବ I ନୋଡ଼ାଲ୍ ଅଫିସର୍ ରଶ୍ମିତା ବରାଳ, ଭାରପ୍ରାପ୍ତ ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ରାଉତ, ପ୍ରିୟଙ୍କା ପ୍ରଧାନ ଏବଂ ବିଭିନ୍ନ ପଂଚାୟତର ଗ୍ରାମ୍ୟ ସମ୍ବଳ ବ୍ୟକ୍ତିତ୍ୱ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ