ଦୀପବୀର ଙ୍କ ପ୍ରଥମ ବିବାହ ବାର୍ଷିକୀ

ବଲିଉଡର ରାମ-ଲୀଲା,ବାଜିରାଓ-ମସ୍ତାନି ଏବଂ ଖିଲଜି-ପଦ୍ମାବତୀ ପ୍ରେମୀଯୁଗଳ ତଥା ଦମ୍ପତି ରଣବୀର୍ ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହକୁ ପୁରିଛି ବର୍ଷେ । ଗତବର୍ଷ ନଭେମ୍ବର ୧୪ରେ ଦୀପିକା ପାଦୁକୋନ ଓ ରଣବୀର ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀର୍ଘ ଛଅ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଆଜିର ଦିନରେ ଇଟାଲୀର ଲେକ୍ କୋମୋରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦିନଟି ସ୍ମରଣୀୟ ହୋଇଥିବାରୁ ଏହାକୁ ପାଳିବା ପାଇଁ ରଣବୀର ଏବଂ ଦୀପିକା ପରିବାର ସହ ତିରୁପତିସ୍ଥିତ ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରକୁ ଯାଉଥିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦୀପିକା ଓ ରଣବୀର ବେଶ୍ ସୁନ୍ଦର ଲାଗୁଛନ୍ତି। ଏଥିସହ ବିବାହ ବାର୍ଷିକୀକୁ ନେଇ ଉଭୟଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ