ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଟୁଇଟ୍ କରିଛନ୍ତି: ଦୀପାବଳିର ପବିତ୍ର ବେଳାରେ ନାଗରିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଚାଲନ୍ତୁ, ଏଇ ଦିନରେ ସ୍ନେହ, ଯତ୍ନ ଏବଂ ଆଦାନପ୍ରଦାନ କରି ସ୍ୱଳ୍ପ ସୌଭାଗ୍ୟବାନ ଏବଂ ଅଭାବୀ ଲୋକମାନଙ୍କ ଜୀବନରେ ସୁଖ ଆଣିବାକୁ ଉଦ୍ୟମ କରିବା ।