ଦୀପା ବୈଠକ, କଂସାରୀ ଗଣ୍ଡରୁ ଟାଟା ସେଜକୁ ୫ ଏମଏଲଡି ପାଣି ଯିବ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ଡିଷ୍ଟିକ ଇନଭେଷ୍ଟମେଣ୍ଟ ପ୍ରୋମୋସନ ଏଜେନ୍ସି (ଦୀପା )ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ | ଜିଲାରେ ଛୋଟ ଛୋଟ ଶିଳ୍ପ ଉଦ୍ୟାଗ ମାନଙ୍କ ହେଉଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି | ଯେପରି ଜମି ସମସ୍ୟା, ବିଦୁତ ସମସ୍ୟା, ପାଣି ସମସ୍ୟା, ରୋଡ ସମସ୍ୟା ଥିବ ତାହାର ସମାଧାନ କିପରି ହୋଇପାରିବ | ଛତ୍ରପୁର ବ୍ଲକ ପୋଟ୍ଟଲାମପୁର ପଂଚାୟତ ରୁଷିକୁଲ୍ୟ କଂସାରୀ ଗଣ୍ଡରୁ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ଦେଈ ଟାଟା ସେଜ କୁ ପାଣି ଯିବ | ଏଠାରୁ ୫ ଏମଏଲଡି ଦୈନିକ ପାଣି ଯିବ | ଏନେଇ ଇଡ଼କୋ ପକ୍ଷରୁ ପାଇପ ଲାଇନ ବିଛା କାଯ୍ୟ ଜାରି ରହିଥିଲା ତାହା କୌଣସି କାରଣ ବସତଃ ବନ୍ଦ ରହିଥିଲା ତାହା କାର୍ଯ୍ୟ ଆରମ୍ଭ କରି ସାରିବାକୁ ଇଡ଼କୋ କର୍ତ୍ତୃପକ୍ଷ ଙ୍କୁ ବୈଠକ ରେ ଜିଲ୍ଲାପାଳ କହିଥିଲେ | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିବାହୀ ଅଧିକାରୀ କର୍ତ୍ତୀଭାସନ ଭି, ଜିଏମଡିଆଇସି ମହେଶ ଚୈାଧୁରୀ, ଗଞ୍ଜାମ ଜିଲା ଦିପାର ସନ୍ତୋଷ କୁମାର ରଣା, ସୋଭନ ଦାସ, ଦିଲ୍ଲିପ କୁମାର ଦାସ, ଇଡୋକ ଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।