ଦୀପିକାଙ୍କ ଫିଟନେସ୍ ସିକ୍ରେଟ : ଦିନରେ ଅଳ୍ପ ଅଳ୍ପ କରି ୬ଥର ଖାଇ ଥାଆନ୍ତି

ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ୍ଙ୍କ ନାମ ରହିଛି । ଖାଦ୍ୟ ପ୍ରେମୀ ହେବା ସତ୍ତେ୍ୱ ଦୀପିକା ନିଜ ଡାଏଟ୍ ଓ ଫିଟନେସ୍ ଉପରେ ବି ବିଶେଷ ଧ୍ୟାନ ଦେଇ ଥାଆନ୍ତି । ସଠିକ୍ ଶରୀର ଓ ଉଜ୍ଜ୍ୱଳ ତ୍ୱଚା ପାଇବା ଦୀପିକାଙ୍କ ପାଇଁ ଏତେ ସହଜ ନ ଥିଲା । ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ ବି କରିବାକୁ ପଡ଼ିଛି । ଆସନ୍ତୁ ଜାଣିବା ଦୀପିକାଙ୍କ ଫିଟନେସ୍ ସିକ୍ରେଟ ବିଷୟରେ…
ଦୀପିକାଙ୍କ କହିବାନୁସାରେ, ସେ ଦିନକ ମଧ୍ୟରେ ୬ଥର ଅଳ୍ପ ଅଳ୍ପ କରି ଖାଇ ଥାଆନ୍ତି । କିନ୍ତୁ ଏଥିରେ କେବଳ ପୁଷ୍ଟିକର ଖାଦ୍ୟ ହିଁ ସାମିଲ ରହିଥାଏ । ଦିନର ଆରମ୍ଭ ସେ ହାଲକା ଗରମ ପାଣି ପିଇ ଆରମ୍ଭ କରି ଥାଆନ୍ତି । ଏହି ଗରମ ପାଣିରେ ଦୀପିକା ହାଲକା ମହୁ ଓ ଲେମ୍ବୁ ରସ ପକାଇ ପିଇଥାଆନ୍ତି । ଦୀପିକା ଜଳଖିଆରେ ୨ଟି ଅଣ୍ଡା, ୨ଟି ବାଦାମ ଓ ଗାଟିଏ କପ୍ ଫ୍ୟାଟ ମିଲକ, ୨ଟି ଇଡଲି କିମ୍ବା ୨ଟି ପ୍ଲେନ୍ ଦୋସା ରହିଥାଏ ।  ଦ୍ୱିପହର ଖାଦ୍ୟ ଖାଇବା ପୂର୍ବରୁ ଦୀପିକା ତାଜା ଫଳରସ ପିଇ ଥାଆନ୍ତି । ଏହାପରେ ଘରେ ପ୍ରସ୍ତୁତ ସାଧାରଣ ଖାଦ୍ୟ ରୁଟି, ଡାଲି, ତରକାରୀ, ସଲାଡ ଓ ଦହି ଖାଇ ଥାଆନ୍ତି । କେବେକେବେ ପ୍ରୋଟିନ୍ ପାଇଁ ମାଛ ବି ଖାଦ୍ୟରେ ସାମିଲ କରି ଥାଆନ୍ତି । ସନ୍ଧ୍ୟା ସମୟରେ ଫିଲଟର କଫି, ବାଦାମ ଓ ଫଳ ଖାଇ ଥାଆନ୍ତି । ରାତି ସମୟରେ ରୁଟି, ତରକାରି ଓ ଫଳ ସେବନ କରି ଥାଆନ୍ତି । ଏଥିସିହିତ ନିଜକୁ ହାଇଡ୍ରେଟ ରଖିବା ପାଇଁ ପଇଡ ପାଣି ବି ପିଇଥାଆନ୍ତି । ଏସବୁ ସହିତ ସେ ଖୁବ୍ ୱାର୍କଆଉଟ ବି କରି ଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ