ପ୍ରକୃତିର ତାଣ୍ଡବରେ ପିଓକେ ଛିନଛତ୍ର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ପ୍ରକୃତର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରକୃତିର ସର୍ଜିକାଲ ଷ୍ଟ୍ରାଇକରେ ପିଓକେ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି? ଆଜି ଅପରାହ୍ଣ ୪.୩୫ ମିନିଟ୍ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ପୂରା ପ୍ରଦେଶକୁ ଛାରଖାର କରିଦେଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲାକ ଆହତ ହାଇଛନ୍ତି । ପିଓକେର ମୀରପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହାଇଛି । ଭୂକମ୍ପ ପରେ କିଛି ଫଟା ଜାତୀୟ ଗଣମାଧ୍ୟମର ହସ୍ତଗତ ହୋଇଛି ।
ଯେଉଁଥିରେ ରାସ୍ତା ମଝିରୁ ଫାଟି ଆଁ କରିଥିବା ବେଳେ ଘର ଦ୍”ାରା ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି । ରାସ୍ତା ମଝିରୁ ଦୁଇ ଫାଳ ହୋଇଯିବାରୁ ଏକାଧିକ ଗାଡ଼ି ଏହା ମଧ୍ୟରେ ଫସି ରହିଛି । ଭୂକମ୍ପ ପରେ ପାକିସ୍ତାନ ସରକାର ପକ୍ଷରୁ ମେଡିକାଲ ଟିମ୍ ଏବଂ ସେନା ବାହିନୀକୁ ଉଦ୍ଧାର ପାଇଁ ଘଟଣା ସ୍ଥଳକୁ ପଠାଯାଇଛି ।
ରିକ୍ଟର୍ ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ପିଓକେର ମୀରପୁରଠାରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ଭୂକମ୍ପର ଝଟକା ସିଆଲକୋଟ୍, ସରଗାଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହ୍ୱିଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହାଇଛି । ଏହାବାଦ୍ ପାକିସ୍ତାନର ଲାହୋର, ଇସଲମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଦୀର୍ଘ ସମୟ ଧରି ଘର ବାହାରେ ଆଶ୍ରୟ ନେଇଥିଲେ ।
ଭୂକମ୍ପର ଝଟକା ଭାରତରେ ମଧ୍ୟ ଅନୁଭୂତ ହାଇଥିଲା । ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଅନୁଭୁତ ହୋଇଛି । ତେବେ ଜମ୍ମୁ-କଶ୍ମୀରର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ନାହିଁ ବୋଲି କହିଛନ୍ତି ଡିଜି ଦିଲବାଗ୍ ସିଂହ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ