ଦୀପୁଙ୍କ କିଡ଼ନୀ ପ୍ରତ୍ୟାରୋପଣ ପାଇଁ ‘ଦି ନ୍ୟୁ ହୋପ’ର ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):କିଡ଼ନୀ ରୋଗରେ ଆକ୍ରାନ୍ତ ବାଲେଶ୍ୱର ସହରର ଭାରତ ଭୂଷଣ ଦାସ (ଦୀପୁ)ଙ୍କୁ ସହଯୋଗର ହାତ ବଢ଼ାଇଛି ସ୍ୱେଚ୍ଛାସେବୀ ସଂଗଠନ ଦି ନ୍ୟୁ ହୋପ । ଦି ନ୍ୟୁ ହୋପର କର୍ମକର୍ତ୍ତାମାନେ ଦୀପୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହିତ ଦୀପୁଙ୍କ କିଡନୀ ପ୍ରତ୍ୟାରୋପଣ ପାଇଁ ୨୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଆଗାମୀ ଦିନରେ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ଦି ନ୍ୟୁ ହୋପର ମୁଖ୍ୟ ସଂଗ୍ରାମ ପଣ୍ଡା ସୂଚନା ଦେଇଛନ୍ତି । ସହାୟତା ପ୍ରଦାନ ବେଳେ ଅଶ୍ୱିନୀ ଦାସ, ରାଜେଶ ଶର୍ମା, ତପନ ଜେନା, ସୁଶାନ୍ତ ମହାପାତ୍ର, ରଞ୍ଜିତା ପ୍ରଧାନ, ବିପ୍ଳବ ଦାସ, ସୀତାର ଶତପଥି, ରବୀନ୍ଦ୍ର ପତି ପ୍ରମୁଖ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ । ସଂଗଠନ ପକ୍ଷରୁ ଭାରତ ଭୂଷଣଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଦୀପୁଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇ ଯାଇଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ କିଡ଼ନୀ ପ୍ରତ୍ୟାରୋପଣ ହେବ । ଏନେଇ ୩୦ ଲକ୍ଷ ଟଙ୍କାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନେ ସହାୟତା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ