ଦୀର୍ଘଦିନ ପରେ ପୁଣି ପଞ୍ଚାୟତ ହାଟ : ପୋଖରୀ ନିଲାମ ପାଇଁ ପ୍ରକ୍ରୀୟା ଆରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ) :-ଦୀର୍ଘଦିନ ପରେ ପଞ୍ଚାୟତ ମାନଙ୍କରେ ଥିବା ହାଟ, ପୋଖରୀ, ଡଙ୍ଗାଘାଟ, କାଞ୍ଜିଆହୁଦା ଆଦି ନିଲାମ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟର ବିଜ୍ଞପ୍ତି ସଂଖ୍ୟା ୨୬୫୯ ଅନୁଯାଇ ଗ୍ରାମ ପଞ୍ଚାୟତ ମାନଙ୍କୁ ହସ୍ତାନ୍ତରିତ ହୋଇଥିବା ହାଟ, ଘାଟ, କାଞ୍ଜିଆହୁଦା, ପୋଖରୀ ସବୁକୁ ନିଲାମ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ୩୧ଟି ପଞ୍ଚାୟତ ମଧ୍ୟରୁ ୨୭ଟି ପଞ୍ଚାୟତରେ ଏହି ନିଲାମ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହା ଆସନ୍ତା । ଅଗଷ୍ଟ ୧ତାରିଖ ଠାରୁ ଅଗଷ୍ଟ ୨୩ତାରିଖ ମଧ୍ୟରେ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ନିଲାମ କରାଯିବାକୁ ସ୍ଥିର ହୋଇଥିବା ବ୍ଲକ ପକ୍ଷରୁ ସୁଚନା ଦିଆଯାଇଛି ।


