ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସଶକ୍ତ ପଞ୍ଚାୟତି ରାଜ, ସଶକ୍ତ ଓଡିଶା ଗଠନକୁ ନେଇ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣକୁ ନେଇ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଅନୁଷ୍ଠାନ ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ଫିରିଙ୍ଗିଆ ପଞ୍ଚାୟତ ସମିତିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଡ଼ିଓ ରଶ୍ମିରଂଜନ ମହନ୍ତ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଡାକ୍ତର ରତିକାନ୍ତ ଆଚାର୍ଯ୍ୟ, ଡିପିଏମ, ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାଠେ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଚିତ୍ତ ରଞ୍ଜନ ଦିଗାଲ ଯୋଗ ଦେଇଥିଲେ। ତାଲିମଦାତା କୈଳାଶ ଚନ୍ଦ୍ର ପାଢ଼ୀ ତାଲିମ ପ୍ରଦାନ କରିଥିଲେ । ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଉପରେ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସଚେତନ କରିଥିଲେ। ଏଥିରେ ପଞ୍ଚାୟତସ୍ତରୀୟ କର୍ମଚାରୀ, ସରପଞ୍ଚ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ସିଆରପି, ଏମବିକେ, ବ୍ଲକ ସ୍ଥରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ଅନ୍ୟପଟେ ଏହି ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମରେ ପିଇଓ କୈଳାସ କୁମାର ପାଢ଼ୀ ମୁଖ୍ୟ ତାଲିମ ଦାତା ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଇ-ଗ୍ରାମ ସ୍ୱରାଜ ବିଷୟରେ ତାଲିମ ପାଇଁ ସିପି ମହେଶ୍ୱତା ସାହୁ ତାଲିମ ଦେଇଥିବା ବେଳେ ଦାରିଦ୍ର ଦୂରୀକରଣ ବିଷୟରେ ବିପିଏମ ସଂଗ୍ରାମ କେଶରୀ ସାହୁ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ବିପିସି ଭବାନୀ ପ୍ରସାଦ ଦେଓ, ମନରେଗା ପାଇଁ ଏପିଓ ସୁମନ୍ତ କୁମାର ଉଠାଣ ସିଂ, ସାଧାରଣ ବଣ୍ଟନ ବ୍ୟବସ୍ତା ପାଇଁ ଏମଆଇ ବାଳକୃଷ୍ଣ ନାଏକ, ପୋଷଣ ଅଭିଯାନ ପାଇଁ ମହିଳା ପରିଦର୍ଶିକା ବୈଜୟନ୍ତୀ ମଲ୍ଲିକ, ବୀମା ଯୋଜନା ପାଇଁ କୃଷି ଅଧିକାରୀ, ମଧୁବାବୁ ପେନସନ ପାଇଁ ବିଏସଏସଓ ଜ୍ଞାନରଞ୍ଜନ ସେଠି ପ୍ରମୁଖ ତାଲିମ ଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ