ଦୁଃଖି ବାବନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣମେଂଟ୍‌

ଯାଜପୁର : ନାଥସାହି ଖେଳପଡିଆରେ ଦୁଃଖୀ ବାବନ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ଉଦଯାପନି ମ୍ୟାଚ ନେତାଜୀ ୟୁଥ କ୍ଲବ୍‌,ପଥରପଦା ଏବଂ ୟୁନାଇଟେଡ କ୍ରିକେଟ କ୍ଳବ ,ପାଟରଂଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଂଇନାଲ ମ୍ୟାଚ ବେଶ ଚିତାକର୍ଷକ ହୋଇଥିଲେ । ଏଥିରେ ୟୁନାଇଟେଡ କ୍ଲବକୁ ପରାସ୍ତ କରି ନେତାଜୀ ୟୁଥ୍ କ୍ଲବ ଚାମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଏହି ଅବସରରେ ଅନୁଷ୍ଠିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ଦୁଃଖୀ ବାବନ ସ୍‌ୃତି କମିଟିର ପ୍ରତିଷ୍ଠାତା ଲକ୍ଷ୍ମଣ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟ ଏବଂ ସମ୍ମାନିତ ଅତିଥି ଭାବେ ବିଜୟ କୁମାର ଘଡେଇ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ ।ଏହି ମ୍ୟାଚରେ ସମ୍ବିତ ମାଝିଙ୍କୁ ମ୍ୟାନ ଅପଂ ଦି ମ୍ୟାଚ ଏବଂ ସଂଜିତ ନାୟକଙ୍କୁ ଟ୍ରପିଂ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ