ଦୁଃସ୍ୱପ୍ନ ଦେଖୁଛନ୍ତି କି?
ଆମେ ଗଭୀର ନିଦରେ ଶୋଇଗଲେ ଅନେକ ପ୍ରକାର ସ୍ୱପ୍ନ ଦେଖୁ । ସେଥିରେ କିଛି ଭଲ ସ୍ୱପ୍ନ ଥାଏ ତ କିଛି ଖରାପ ସ୍ୱପ୍ନ । ଆପଣଙ୍କ ସହ ଏମିତି ଅନେକ ଥର ହୋଇଥିବ । ଯେତେବେଳେ ଆପଣ କୌଣସି ଖରାପ ସ୍ୱପ୍ନ ଦେଖିଥିବେ ଅଚାନକ ନିଦରୁ ଉଠି ଯାଇଥିବେ । କାଳେ ଦେଖିଥିବା ସ୍ୱପ୍ନଟି ସତ ହୋଇଯିବ ଭାବି ମନ ଦୁଃଖ କରିଥିବେ । ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇବାର ଏକ ଉପାୟ ଅଛି । ଯଦି ଆପଣ କେବେ ଅଧ ରାତିରେ ଖରାପ ସ୍ୱପ୍ନ ଦେଖି ଉଠି ଯାଆନ୍ତି ତେବେ ଘର ବାହାରକୁ ଯାଆନ୍ତୁ, ଘାସ କିମ୍ବା ଛୋଟ ଗଛଟିଏ ଉପାଡି ମୁଣ୍ଡରେ ମାରନ୍ତୁ, ତା’ପରେ ତାକୁ ଫିଙ୍ଗି ଦିଅନ୍ତୁ । ଏହା ଦ୍ୱାରା ଦୁଃସ୍ୱପ୍ନ ଦୋଷ କଟିଯିବ ।


