କାଚ ମୁଦ୍ରିତ ଘର ଡାକିଆଣେ ଅସୁସ୍ଥଜନିତ ରୋଗ

କାଚ ଦ୍ୱାରା ବନ୍ଦ ଶୀତତାପ ନିୟନ୍ତ୍ରିତ ଘର ଅବା କାର୍ଯ୍ୟାଳୟ ଆରାମଦାୟକ ଅନୁଭବ ହୋଇଥାଏ । ମାତ୍ର ଏହା ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ଆଧୁନିକ ଜୀବନ ଶୈଳୀର ପ୍ରତୀକ ବୋଲି କୁହାଯାଉଥିବା ଏପରି ଗୃହ କିମ୍ବା କାର୍ଯ୍ୟାଳୟକୁ ମୁକ୍ତ ବାୟୁ ଚଳାଚଳ କରିପାରିନଥାଏ । ଫଳରେ ଶରୀରରେ ଭିଟାମିନ ଡି ର ମାତ୍ରା ହ୍ରାସ ପାଇବା ଯୋଗୁଁ ଅସ୍ଥି ଦୁର୍ବଳ ହୋଇଥାଏ । ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପସ୍ଥ ଆପୋଲ ହସ୍ପିଟାଲର ବିରଷ୍ଠ ଅସ୍ଥି ଅସ୍ତ୍ରୋପଚାର ବିଶେଷଜ୍ଞ ଡା. ରାଜୁ ବୈଶ୍ୟ ଦେଶର ବିଭିନ୍ନ ସହରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଭୋଗୁଥିବା ୧ ହଜାର ରୋଗୀଙ୍କ ଉପରେ ଅଧ୍ୟୟନ କରି ଏହି ତଥ୍ୟ ଦେଇଛନ୍ତି । ଏହି ସମସ୍ତ ରୋଗୀଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକଙ୍କ ଠାରେ ଭିଟାମିନ ଡି ମାତ୍ରା ହ୍ରାସ ପାଇଥିବା ଜଣାପଡିଥିଲା । ଏହାର ମୁଖ୍ୟ କାରଣ ହେଉଛି ପର୍ଯ୍ୟାପ୍ତ ସୂଯ୍ୟ କିରଣ ନ ପାଇବା । ଭିଟାମିନ ଡି ପାଇବାର ମୁଖ୍ୟ ସ୍ରୋତ ସୂର୍ଯ୍ୟକିରଣ । ଏଥିସହ ପାଚନ ପ୍ରକ୍ରିୟାରେ ମଧ୍ୟ ଭିଟାମିନ ଡି ବହୁତ ଉପଯୋଗୀ ।  ବ୍ୟସ୍ତ ଜୀବନଚର୍ଯ୍ୟା ଓ ଆଧୁନିକ ଜୀବନଶୈଳୀ କାରଣରୁ ଲୋକେ ଆଉ ଟିକିଏ ଟାଣ ଖରା ସହ୍ୟ କରିପାରୁନାହାନ୍ତି । ବ୍ୟସ୍ତତା ଯୋଗୁ ଖୋଲା ସ୍ଥାନରେ ବୁଲାଚଲା ଓ ଖେଳକୁଦ ମଧ୍ୟ ଲୋକ କରୁନାହାନ୍ତି । ତେଣୁ ଏହି କାରଣରୁ ଖରାରୁ ମିଳୁଥିବା ଭିଟାମିନ ଡି ମିଳିପାରୁନି । ଯଦି ବା କେବେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ ଆମକୁ ଲାଗେ କ୍ୟାଲସିୟମ ଅବରୋଧ । ମାତ୍ର ଭିଟାମିନ ଡି ମାତ୍ର କମ ହେବାନେଇ ଆମେ ଧ୍ୟାନ ଦେଇନଥାଉ । ବିଶେଷଜ୍ଞଙ୍କ କହିବାନୁସାରେ କ୍ୟାଲସିୟମ ସହ ଭିଟାମିନ ଡି ପରୀକ୍ଷା କରାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ସହ କ୍ୟାଲସିୟମ ନେବା, ଘରକୁ ମୁକ୍ତ ବାୟୁ ଓ ସୂର୍ଯ୍ୟକିରଣ ପ୍ରବେଶ ପାଇଁ ବ୍ୟବସ୍ଥା କରାଇବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ