ଦୁଆରଶୁଣୀ ଘାଟୀରେ ବାଇକକୁ ପଛରୁ ପିଟିଲା କଣ୍ଟେନର ,ବାଇକ ଚାଳକ ମୃତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟି ପାଲଟିଛି ମରଣଯନ୍ତା । ଆଜି ଏକ କଣ୍ଟେନର ବାଇକକୁ ପଛ ପଟୁ ଧକ୍କା ଦେବା ଫଳରେ ବାଇକ ଆରୋହ ମୃତ୍ୟୁ ହୋଇଛି ମୃତକ ହେଲେ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ଅଞ୍ଚଳର କୃଷ୍ଣଚନ୍ଦ୍ର ଗିରି (୪୮)।ସୂଚନାଥାଉକି,କୃଷ୍ଣଚନ୍ଦ୍ର ନିଜ ଝିଅର ଆଡ଼ମିଶନ କାର୍ଯ୍ୟ ପାଇଁ ଏକ ହୋଣ୍ଡା ସାଇନ ବାଇକ(ଓଡ଼ି ୧୧ବି ୪୨୩୪)ଯୋଗେ ବିଶୋଇ ରୁ ବାରିପଦା ଯାଉଥିବା ସମୟରେ ୪୯ ନଂ ଜାତୀୟ ରାଜପଥ ସ୍ଥିତ ଦ୍ୱାରଶୁଣି ଘାଟି ମଧ୍ୟରେ ଥିବା ମା’ ଦ୍ୱାରଶୁଣି ମନ୍ଦିର ନିକଟ ବାଙ୍କରେ ଏକ କଣ୍ଟେନର (ଏଚଆର ୫୫ଏସି ୧୮୨୫) କୃଷ୍ଣଚନ୍ଦ୍ରଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା।ପରେ ଉକ୍ତ ଟ୍ରକଚାଳକ ଟ୍ରକ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। କୃଷ୍ଣଚନ୍ଦ୍ରଙ୍କ ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିବା କାରଣରୁ ଅତି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ବାଙ୍ଗରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା।ମାତ୍ର ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।ଏହି ଘଟଣାକୁ ନେଇ ବାଙ୍ଗରିପୋଷି ଥାନାରେ ଏକ ମାମଲା ରୁଜ୍ଜୁ ହେବା ସହିତ ବାରିପଦାରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।କୃଷ୍ଣଚନ୍ଦ୍ର ବିଶୋଇ ଇଣ୍ଡିଆନ ଗ୍ୟାସ ବିତରଣ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ।କୃଷ୍ଣଚନ୍ଦ୍ରଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରରେ ଥିବା ସ୍ତ୍ରୀ,ଗୋଟେ ଝିଅ ଓ ପୁଅ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି।ଏଣୁ ଉକ୍ତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଯଥଶୀଘ୍ର ଆର୍ଥିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ