ଦୁଇଜଣଙ୍କ ଅକାଳ ବିୟୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ଠାରେ ଗତକାଲି ସର୍ପାଘାତହେବାରୁ ଜଣେ ମହିଳାଙ୍କ ଅକାଳ ବିୟୋଗ ହୋଇଥିବା ଜଣାପଡିଛି। ଗ୍ରାମର ଦିଲ୍ଲୀପ ସାହୁଙ୍କ ପତ୍ନୀ ବୁଲି ସାହୁ(୫୦) ଗତ ଗୁରୁବାର ରାତିପ୍ରାୟ ୮.୩୦ମିନିଟ ସମୟରେ ଘର ଦୁଆରେ ବସିଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ବୁଲିଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ମେଡିକାଲରୁ କଟକ ପଠାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ଯଥାଶୀଘ୍ର ଦୈଵ ଦୁର୍ଘଟଣା ଜନିତ ସହାୟତା ଯୋଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ସେହିଭଳି ସରସଦା ଠାରେ ଆଜି ଦିନ ପ୍ରାୟ ୨ଟା ବେଳେ ଜଣେ ଛାତ୍ର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ଯାଇଛି । ଗ୍ରାମର କାଳୀପ୍ରସାଦ ଜେନାଙ୍କ ପୁଅ ପ୍ରଣୟ(୧୪) କୌଣସି କାରଣରୁ ଶୋଇବା ଘରେ ରଶି ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ସୁଦ୍ଧା ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ ।