ଦୁଇଟି ପ୍ରକଳ୍ପକୁ ଉଦଘାଟନ କଲେ ବିଧାୟକ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅକ୍ଟୋବର ୧୧ ତାରିଖ ଦିନ ଦୁଇଟି ପ୍ରକଳ୍ପକୁ ଉଦଘାଟନ କରିଥିବା ଜଣା ପଡ଼ିଛି । ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ୦୨ ର ନୂତନ ଗୃହ ଏବଂ ଲକ୍ଷ୍ମଣପଲ୍ଲୀ ଗ୍ରାମର କଲ୍ୟାଣୀ ମଣ୍ଡପର ନୂତନ କୋଠା ଦୁଇଟି ପ୍ରକଳ୍ପକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରବିବାର ଦିନ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ, ଓ ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ । ଦୁଇ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି ବୃନ୍ଦଙ୍କ ସହ ଗ୍ରାମବାସୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ