ଦୁଇଟି ମୁଣ୍ଡ ଥିବା ଗଣେଶ
ଦୁଇଟି ମୁଣ୍ଡ ଥିବା ଗଣେଶ: ଅନେକ ସମୟରେ ଆମେ ଗଣେଶ ମୂର୍ତ୍ତିକୁ ଉପହାର ଆକାରରେ ଦେଇଥାଉ । ତେବେ କାହାରି ଘରେ ବାସ୍ତୁ ପୂଜା ବେଳେ ତାକୁ ଦୁଇଟି ମୁଣ୍ଡ ଥିବା ଗଣେଶ ଦେଲେ ଭଲ । ଏହାର ବି କିଛି ନିୟମ ରହିଛି । ଏହି ମୂର୍ତ୍ତିରେ ଗଣେଶ ଦୁଇ ପାଶ୍ୱର୍କୁ ଚାହିଁଥିବେ । ଅର୍ଥାତ ମୁଣ୍ଡ ପଛପଟେ ଆଉ ଏକ ମୁଣ୍ଡ ଥିବ । ଗଣେଶଙ୍କ ପିଠି ଦେଖାଯାଉନଥିବ । କୁହାଯାଏ ଗଣେଶଙ୍କ ପିଠି ପଛରେ ଦରିଦ୍ର୍ୟତା ବାସ କରେ । ତେଣୁ ଏଭଳି ପିଠି ଦେଖାଯାଉନଥିବା ଦୁଇମୁଣ୍ଡିଆ ଗଣେଶ ଉପହାରରେ ଦିଅନ୍ତୁ । ମନେ ରଖନ୍ତୁ କେବେ ବି ଗଣେଶଙ୍କ କେବଳ ମୁଣ୍ଡ ଥିବା ମୂର୍ତ୍ତି କାହାକୁ ଉପହାର ସ୍ୱରୂପ ଦେବେ ନାହିଁ । ତାଙ୍କ ସମ୍ପୂର୍ଣ୍ଣ ରୂପ ଥିବା ମୂର୍ତ୍ତି ଦିଅନ୍ତିୁ ।


