ଦୁଇଟି ଶବ ତଳେ ଗୁମୁରି କାନ୍ଦୁଥିଲା ଗୋଟିଏ ଜୀବନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ତପ୍ତପାଣି ଘାଟିରେ ବୁଧବାର ଭୋର ୩ ଟା ସମୟରେ ହଠାତ ଗୋଟିଏ ଭୟଙ୍କର ଦୂର୍ଘଟଣା ଘଟିଥିଲା ।ଦୁର୍ଘଟଣାରେ ୮ ଜଣଙ୍କ ପ୍ରାଣ ହାନି ଘଟିଥିବା ବେଳେ ୩୫ ରୁ ଉର୍ଦ୍ଧ୍ୱ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟଜାରୀ ରଖିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ୁ ଭର୍ତ୍ତି କରାଯାଇଥିଲା ତ କାହାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ଭର୍ତ୍ତିକରାଯାଇଥିଲା । ସେଠାରେ କିଛି ଜଣଙ୍କର ଅବସ୍ଥା ସଂଗୀନ ରହିଥିବା ବେଳେ ଭୂବନେଶ୍ୱର ଓ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ଆଜି ଭୋର ପ୍ରାୟ ୩ ଟା ୧୫ ମିନିଟ୍ ସମୟରେ ଏଭଳି ଏକ ଦୁଖଦ ଘଟଣା ଘଟିଥିବା ଘଟଣା ପ୍ରଚାର ପ୍ରସାର ହେବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଏଭଳି ଘଟଣା କୁ ନେଇ ସମସ୍ତ ଦିଗରୁ ସମବେଦନା ମୃତକଙ୍କ ପରିବାରକୁ ଜଣାଇଥିଲେ । ଏଭଳି ସ୍ଥିତିରେ ଭୟଙ୍କର ଦୁର୍ଘଟଣାରେ ଦୀର୍ଘ ୬ ଘଣ୍ଟାର ଜୀବନ ମରଣ ସହ ସଂଗ୍ରମ କରିବା ପରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । । ଉଦ୍ଧାର ହୋଇଥିବା ମହିଳା ଜଣକ ରାୟଗଡା ଜିଲ୍ଲାର ଝିଲ୍ଲି ସ୍ୱାଇଁ (୩୮)ବୋଲି ଜଣାପଡିଛି । ସେ ହସ ଖୁସିର ସହ ରାୟଗଡା ଜିଲ୍ଲାରୁ ବସ ଯୋଗେ ଭୋଜି ନିମନ୍ତେ ଗୋଠଗାଁ କୁ ଆସିବାର ଥିଲା । ବନ୍ଧୁବର୍ଗ ଘରକୁ ବହୂୁ ଦିନ ପରେ ଯାତ୍ରା କରିଥିବାରୁ ବହୁତ ଖୁସି ବି ଥିଲେ ।କିନ୍ତି ଆଶା ସବୁ କ୍ଷଣିକ ମୁହୁର୍ତ୍ତରେ ବଦଳିଯାଇଥିଲା । କେହି କିଛି ଭାବିବା ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଅନ୍ୟ ପଟେ ଓଡିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଗଭୀର ଶୋକ ଜଣାଇବା ସହ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ଏଭଳି ଦୁଖଦ ଘଟଣା ପରେ ପରିବାର ରେ ଦୁଖର ଲହରୀ ଖେଳିଯାଇଥିବା ବେଳେ ମୃତକ ପରିବାରକୁ ଶବବ୍ୟେବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ