ଦୁଇଦିନିଆ ଓଡ଼ିଶା ଗସ୍ତରେ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖ ଦୁଇଦିନ ଧରି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହେବ । ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ସାଥୀ ଜି. ଦେବରାଜନ ଅଗଷ୍ଟ ୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସି ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ଫେବୃୟାରୀ ମାସରେ ହାଇଦ୍ରାବାଦ ଠାରେ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସମ୍ମିଳନୀରେ ପାର୍ଟିର ସାଧାରଣ ସମ୍ପାଦକ ରୂପେ ନିର୍ବାଚିତ ହେବା ପରେ ସାଥୀ ଦେବରାଜନଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଦେଶର ସାମ୍ପ୍ରତିକ ପରିସ୍ଥିତି, ଦରଦାମ୍ ବୃଦ୍ଧି, ବେକାରୀ ଭଳି ଜ୍ୱଳନ୍ତ ଜନସମସ୍ୟା ଏବଂ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇଦିନିଆ ରାଜ୍ୟ କମିଟି ବୈଠକରେ ଫରୱାର୍ଡ଼ ବ୍ଲକ ନିଜ ଦଳର ବିଭିନ୍ନ ରାଜନୈତିକ ଦୃଷ୍ଟିଭଙ୍ଗୀ ଉପରେ ଆଲୋଚନା କରିବା ସହ ଆଗାମୀ ଦିନର ସାଂଗଠନିକ ରଣନୀତି ନିର୍ଦ୍ଧାରଣ କରାଯିବ ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ