ଦୁଇଦିନ ଛୁଟି ଘୋଷଣା କଲା ଜିଲ୍ଲା ପ୍ରଶାସନ
କେନ୍ଦ୍ରାପଡା – ସମ୍ଭାବ୍ୟ ପ୍ରବଳ ବର୍ଷା ଜନିତ କାରଣରୁ ନଭେମ୍ବର ୮ ଓ ୯ତାରିଖ ଦୁଇଦିନ ଧରି ଜିଲ୍ଲାର ସମସ୍ତ ଅଙ୍ଗନୱାଡିକେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡିକ ବନ୍ଦ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ପ୍ରଦାନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଅବପାତ ରୂପ ନେଇଥିବାରୁ ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ୮ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିଗୋଚର କରି ଜିଲ୍ଲାପାଳ ସମର୍ଥ ବର୍ମା ଆସନ୍ତା ୨ଦିନ ଧରି ଜିଲ୍ଲାର ସମସ୍ତ ଅଙ୍ଗନୱାଡିକେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡିକ ବନ୍ଦ ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସେହି ଦୁଇଦିନ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବର୍ଷା ଓ ବାତ୍ୟା ଜନିତ ଜନସାଧାରଣମାନଙ୍କୁ ସୁରକ୍ଷିତ ସ୍ଥାନ ଏବଂ ବିଦ୍ୟାଳୟଗୁଡିକୁ ସ୍ଥାନାନ୍ତର କରିବା ଉପଲକ୍ଷେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହାୟତା ନିଆଯିବ । ଏହି ସୂଚନା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ଜନସାଧାରଣ,ସମସ୍ତ ଅଙ୍ଗନୱାଡିକେନ୍ଦ୍ରର କର୍ମୀ,ସମସ୍ତ ବିଦସ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକମାନଙ୍କ ଅବଗତି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।