ଦୁଇଦିନ ବ୍ୟାପୀ ହେବ ଉପଖଣ୍ଡସ୍ତରୀୟ କ୍ରୀଡା ପ୍ରତିଯୋଗିତା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଉପଖଣ୍ଡିୟ ଅଲିମ୍ପିକ କ୍ରୀଡା ସଂସଦ ଆନୁକୁଲ୍ୟରେ ହାଇସ୍କୁଲ ବ୍ଲକସ୍ତରୀୟ ୧୭ ବର୍ଷରୁ କମ୍ ଛାତ୍ର, ଛାତ୍ରୀ ମାନଙ୍କ ବେଟମେଟିନ୍ ଓ କବାଡି ପ୍ରତିଯୋଗିତା ଚଳିତ ଡିସେମ୍ବର ୨୧ ତାରିଖ ଠାରୁ ୨୨ ତାରିଖ ଦିନ ସକାଳ ୮ ଘଣ୍ଟା ଠାରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଗୋସାଇଁନୁଆଗାଁ ସଦାନନ୍ଦ ବିହାର ସ୍ଥିିତ ଡି.ଏ.ଭି ସ୍କୁଲ ପ୍ରାଙ୍ଗରରେ ଅନୁଷ୍ଠିତ ହେବ । ଏଥିସହ ସ୍କୁଲର ଉଚ୍ଛୁକ ଛାତ୍ରଛାତ୍ରୀ ପଂଜିକରଣ କରି ଭାଗ ନେଇପାରିବେ । ଅନ୍ୟାନ୍ୟ ଖେଳ ଦୈାଡକୁଦ୍, ବାସ୍କେଟବଲ୍, କ୍ରିକେଟ୍ , ଫୁଟ୍ବଲ ଆଦି ପ୍ରତିିଯୋଗିତାରେ ଭାଗ ନେଇପାରିବେ । ତେଣୁ ବୁଧବାର ବ୍ରହ୍ମପୁର ସବଡିଭିଜନ୍ ଅନ୍ତର୍ଗତ ସମସ୍ତ ବ୍ଲକର ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକ ମାନଙ୍କୁ ଅନୁରୋଧ କରାଯାଇଛି ।ଏଥିସହ ୨୧ ତାରିଖ ସକାଳ ୮ ଘଟିକା ସୁଦ୍ଧା ନାମ ପଂଜିକରଣ କରି ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ବ୍ରହ୍ମପୁର ଉପଖଣ୍ଡିୟ ଅଲିମ୍ପିକ୍ କ୍ରୀଡଠା ସଂସଦର ସାଧାରଣ ସଂପାଦକ (ଭାରପ୍ରାପ୍ତ ଡକ୍ଟର ସୁବ୍ରତ କୁମାର ସାହୁ ସୂଚନା ଦେଇଛନ୍ତି ।